ପୁରୀ: ରଥଯାତ୍ରା ପୂର୍ବରୁ ପୁରୀ ପାଇଁ ଆସିଲା କଟକଣା । ଏଣିକି ଆଉ ବଡ଼ଦାଣ୍ଡରେ ହେବନି ଆମିଷ କିମ୍ବା ମଦ ବିକ୍ରି । ଏନେଇଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର।
ଶ୍ରୀମନ୍ଦିରକୁ ନେଇ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, "ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି । କିପରି ହେବ ସେନେଇ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରର ଦୁଇ କିମି ପରିଧିରେ ରହିବନି ମଦ ଦୋକାନ କିମ୍ବା ବାର ରହିବ ନାହିଁ ଏବଂ ବଡ଼ଦାଣ୍ଡରେ ମଧ୍ୟ ମଦ ଦୋକାନ ଏବଂ ଆମିଷ ବିକ୍ରି ବନ୍ଦ କରାଯିବ । ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ । ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି । ଉଚ୍ଚତା ଏବଂ ଲୁକ୍ କିପରି ଏକା ହେବ ସେନେଇ ଯୋଜନା ପ୍ରସ୍ତୁତ ହେଉଛି ।"