A post shared by Piyush Chawla (@piyushchawla_official_)
ରୋହିତ ଶର୍ମା ୨୦୧୧ ଦିନିକିଆ ବିଶ୍ୱକପ୍ ଯୋଜନାରେ ଥିଲେ, ମାତ୍ର ଏମଏସ ଧୋନୀ ଲେଗ ସ୍ପିନର ପୀୟୂଷ ଚାୱଲାଙ୍କୁ ଦଳରେ ଚାହୁଁଥିଲେ । ଏହାର ଖୁଲାସା ଭାରତର ପୂର୍ବତନ ଚୟନକର୍ତ୍ତା ରାଜା ଭେଙ୍କଟ କରିଥିଲେ । ସେ କହିଥିଲେ, ରୋହିତ ବିଶ୍ୱକପ୍ ଦଳର ଯୋଜନାର ଅଂଶ ଥିଲେ । ମାତ୍ର ଧୋନୀ ପୀୟୂଷଙ୍କୁ ଦଳରେ ଚାହୁଁଥିଲେ । ଭାରତର ପୂର୍ବତନ କୋଚ୍ ଗ୍ୟାରି କଷ୍ଟନ ମଧ୍ୟ ରୋହିତଙ୍କୁ ଚାହୁଁଥିଲେ । ହେଲେ ଧୋନୀ ଏକ ସ୍ପିନ ବିକଳ୍ପ ଚାହୁଁଥିବାରୁ ବାଧ୍ୟ ହୋଇ ରୋହିତଙ୍କୁ ଦଳରେ ଚୟନ କରାଯାଇ ନ ଥିଲା ।