ମୁମ୍ବାଇ: ଆଗାମୀ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ଇଂଲଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଶୁକ୍ରବାର ସକାଳେ ମୁମ୍ବାଇ ବିମାନବନ୍ଦରରୁ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଇଂଲଣ୍ଡ ଗସ୍ତ କରିଛି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅବସର ପରେ ପ୍ରଥମ ଥର ପାଇଁ ଟେଷ୍ଟ ସିରିଜର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଶୁଭମନ ।
ଆସନ୍ତା ଜୁନ୍ ୨୦ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟିକିଆ ଟେଷ୍ଟ ମୁକାବିଲା ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ଟିମ୍ ଏକ ୧୦ ଦିନିଆ ଅଭ୍ୟାସ ଶିବିର କରିବ । ବିଶ୍ୱ ଟେଷ୍ଟ ଚ୍ୟାମ୍ପିଅନସିପ ଚକ୍ରରେ (ଡଞଉ ୨୦୨୫-୨୭)ରେ ଭାରତ ପ୍ରଥମ ଟେଷ୍ଟ ସିରିଜ୍ ହେବ । ଗତବର୍ଷ ଟେଷ୍ଟରେ ଭାରତର ଭଲ ପ୍ରଦର୍ଶନ କରି ନ ଥିଲା । ନ୍ୟୁଜଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଭାରତ ପରାଜୟର ମୁହଁ ଦେଖିଥିଲା । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ସମାନ ସ୍ଥିତି ଉତ୍ପନ୍ନ ହୋଇଥିଲା । ତେବେ ଚଳିତ ଟେଷ୍ଟ ସିରିଜ୍ ପାଇଁ ଉଭୟ ଦଳ ଶ୍ରେଷ୍ଠ ଏକାଦଶ ଖେଳାଳୀଙ୍କ ନାମ ଘୋଷଣା କରିଛି ।
ଭାରତୀୟ ଟେଷ୍ଟ ସ୍କ୍ୱାର୍ଡ
ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ।
ଇଂଲଣ୍ଡ ଦଳରେ ଅଛନ୍ତି
ବେନ ଷ୍ଟୋକ୍ସ (ଅଧିନାୟକ), ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରି ବ୍ରୁକ, ବ୍ରାଏଡନ କର୍ସ, ସାମ କୁକ, ଜ୍ୟାକ କ୍ରାଉଲି, ବେନ ଡକେଟ୍, ଜେମି ଓଭରଟନ, ଓଲି ପୋପ୍, ଜୋ ରୁଟ୍, ଜେମି ସ୍ମିଥ, କ୍ରିସ ଓ୍ଵକ୍ସ।
କାର୍ଯ୍ୟସୂଚୀ...
ପ୍ରଥମ ଟେଷ୍ଟ:- ଜୁନ ୨୦-୨୪, ଅପରାହ୍ନ ୩.୩୦
ଦ୍ୱିତୀୟ ଟେଷ୍ଟ :- ଜୁଲାଇ ୨-୬, ଅପରାହ୍ନ ୩.୩୦
ତୃତୀୟ ଟେଷ୍ଟ :- ଜୁଲାଇ ୧୦-୧୪, ଅପରାହ୍ନ ୩.୩୦
ଚତୁର୍ଥ ଟେଷ୍ଟ :- ଜୁଲାଇ ୨୩-୨୭, ଅପରାହ୍ନ ୩.୩୦
ପଞ୍ଚମ ଟେଷ୍ଟ :- ଜୁଲାଇ ୩୧ରୁ ଅଗଷ୍ଟ ୪, ଅପରାହ୍ନ ୩.୩୦