ଲର୍ଡସ; ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ୧୧ ଜୁନରେ ଖେଳାଯିବ। ଏହି ମ୍ୟାଚ ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋର ଶୋରପେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଥିବା ବେଳେ ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ହେଉଛନ୍ତି ଟେମ୍ବା ବାଭୁମା। ଉଭୟ ଦଳରେ ଷ୍ଟାର ଖେଳାଳି ଅଛନ୍ତି ଯେଉଁମାନେ ମ୍ୟାଚ୍ର ମୋଡ଼ ବଦଳାଇବାରେ ପରାକ୍ରମ ରଖିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଥର ପାଇଁ ଡବ୍ୟୁଟିସି ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପୂର୍ବରୁ ଏଥିରେ ଚାମ୍ଫିଆନ ହୋଇସାରିଛି । ତେବେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୧ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ଅଷ୍ଟ୍ରେଲିଆ ୫୪ଟିରେ ବିଜୟୀ ହୋଇଥିବା ବେଳେ କେବଳ ୨୬ଟିରେ ଜିତିବାରେ ସଫଳ ହୋଇଛି ସାଉଥ ଆଫ୍ରିକା । ୨୧ଟି ମ୍ୟାଚ୍ ଡ୍ର ହୋଇଛି। ଏପରି ପରିସ୍ଥିତିରେ, ଟେଷ୍ଟ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ରହିଥିବାର ନଜର ଆସୁଛି । ତେବେ ଏହାରି ଭିତରେ ଦେଖିବାର ବାକି ରହିଲା ଯେ କିଏ ବିଶ୍ବ ଟେଷ୍ଟ ଚାମ୍ପିଆନସିପରେ ବାଜି ମାରୁଛି ।