ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅନ୍ତର୍ଗତ ପୁରୁଣାପାଣି ଛକ ନିକଟରେ ବାଇକ ଏବଂ କାର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ଷ୍ଟେସନ ଅମରଦା ର ଏସ୍.କେ.ହସିକୁର ରେହମାନ ଓ ଏସ୍.କେ.ହବିବୁର ରେହମାନ ନାମକ ଦୁଇ ଯୁବକ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳରୁ ପାଖାପାଖି ଦଶ କିଲୋ ଗୋମାଂସ ନେଇ ଓଡ଼ି ୦୧ ଯେ ୪୪୧୨ ହୋଣ୍ଡା ବାଇକରେ ବାରିପଦା ଅଭିମୁଖେ ଯାଉଥିଲେ। ତେବେ ଧରାପଡ଼ିବା ଭୟରେ ଦ୍ରୁତଗତି ରେ ଯାଉଥିବା ସମୟରେ ଚିତ୍ରଡା ପଟୁ ଆସୁଥିବା ଏକ ଓଡ଼ି ୧୧ କେ ୩୨୯୯ ହୋଣ୍ଡା କ୍ରିଏଟା କାର ସମ୍ମୁଖକୁ ଏକ କୁକୁର ଆସିବାରୁ ଭାରସାମ୍ୟ ହରାଇ ବାଇକଟି ଦୂର୍ଘଟଣା ଘଟିଥିଲା । ବାଇକରେ ଥିବା ଯୁବକ ଦ୍ବୟ ମଧ୍ୟରୁ ଜଣକ ସମ୍ପୂର୍ଣ୍ଣ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି । ଦୁଇ ଜଣକୁ ଆମ୍ବୁଲାନ୍ସ ଯୋଗେ କିଷାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଲୋକେ ପଠାଇ ଥିବାବେଳେ ସେଠାରୁ ସେମାନଙ୍କୁ ବାରିପଦା ପିଆରଏମ୍ କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋମାଂସକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ତେବେ ବାରମ୍ବାର ଗୋମାଂସ ଚାଲାଣ ଘଟଣା ସାମ୍ନାକୁ ଆସୁଥିବା ବେଳେ , ଦୋଷୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଶ୍ବହିନ୍ଦୁ ସଂଗଠନ ।