ଭୁବନେଶ୍ୱର : ଦେଶ ସହ ରାଜ୍ୟରେ ବି ଉପରମୁହାଁ କରୋନା । ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫,୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡକୁ ନେଇ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ ଓ ପବ୍ଲିକ୍ ଆଡଭାଇଜରି ଜାରି ହୋଇଛି।
ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଦେଶରେ ଦିନକୁ ଦିନ ବଢିଚାଲିଛି କୋଭିଡ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସକ୍ରିୟ ସଂକ୍ରମଣ ମାମଲା ୫ ହଜାର ୭୫୫ ରେ ପହଞ୍ଚିଛି। କେରଳରେ ସର୍ବାଧିକ ୧୮୦୬ ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ୭୧୭, ଦିଲ୍ଲୀରେ ୬୬୫ ଏବଂ ମହାରାଷ୍ଟ୍ରରେ ସକ୍ରିୟ ମାମଲା ୫୭୭ ରହିଛି । ସେହିପରି କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ଯଥାକ୍ରମେ ୪୪୪ ଏବଂ ୨୮୮ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡୁରେ ୨୦୮ ଟି ମାମଲା ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୪ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯ ରେ ପହଞ୍ଚିଛି । ଆଇସିଏମଆର ରିପୋର୍ଟ ଅନୁଯାୟୀ ପଶ୍ଚିମ ଓ ଦକ୍ଷିଣରେ ମିଳିଥିବା ନମୁନା ଜିନୋମ୍ ସିକ୍ବେନ୍ସିରୁ ଜଣାପଡିଛି ଯେ ଚିହ୍ନଟ ହୋଇଥିବା କୋଭିଡ୍ ର ନୂଆ ଭୂତାଣୁ ଓମିକ୍ରନର ନୂ୍ଆ ପ୍ରଜାତି ଅଟେ । ଗୋଟିଏ ପଟେ ଦେଶରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ୍, ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକୀୟ ଔଷଧପତ୍ର ମହଜୁଦ ରଖିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଜାରିହୋଇଛି ।