ପୁରୀ: ସାମ୍ନାକୁ ଆସିଲା ବିଜେଡି ନେତା ପିନାକୀ ମିଶ୍ର ଓ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିବାହ ଉତ୍ସବ ସମୟର ଭିଡିଓ। ଜର୍ମାନୀ ବର୍ଲିନରେ ଡେଷ୍ଟିନେସନ୍ ୱେଡିଂ ବେଳେ ଉଭୟ ଏକାଠି ନାଚୁ ଥିବାର ଦେଖିବାକୁ ମିଳିଛି। ଦୁହିଁଙ୍କ ଡ୍ୟାନ୍ସ ଭିଡିଓ ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଦୁହେଁ ବଲିଉଡ୍ ରୋମାଣ୍ଟିକ କ୍ଲାସିକ୍ “ରାତ କେ ହମସଫର୍” ଗୀତରେ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ କିଛି ନିଦ୍ଦିଷ୍ଟ ଅତିଥୀ ସେଠାରେ ଉପସ୍ଥିତ ଥିବା ବେଳେ ସେମାନଙ୍କ ଡ୍ୟାନ୍ସକୁ ମୋବାଇଲ କ୍ୟାମେରାରେ କଏଦ କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡ଼ିଓଟିକୁ ଟିଏମସି ସାଂସଦ ମହୁଆ ମୋଇତ୍ର ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରିଥିଲେ କିନ୍ତୁ ପରେ ହଟାଇ ଦିଆଯାଇଥିଲା।
ଜର୍ମାନୀରେ ମେ ୩ ତାରିଖରେ ଏହି ୨ ହାଇପ୍ରଫୋଇଲ ରାଜନେତାଙ୍କ ଲୁଚାଛପା ବିବାହ ହୋଇଛି। ପିନାକୀ ମିଶ୍ରଙ୍କୁ ବର୍ତ୍ତମାନ ୬୫ ବର୍ଷ ହୋଇଥିବା ବେଳେ ସେ ୫୦ ବର୍ଷୀୟା ମୋହୁଆଙ୍କୁ ବିବାହ କରିଛନ୍ତି । ମୋଇତ୍ରା ପ୍ରଥମେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର କରିମନଗର ବିଧାନସଭା ଆସନରୁ ବିଧାୟିକା ନିର୍ବାଚିତ ହୋଇଥିଲେ। ତା’ପରେ ୨୦୧୯ରେ ସେ କୃଷ୍ଣନଗର ଲୋକସଭା ଆସନରୁ ସାଂସଦ ହୋଇଥିଲେ।