ଭୁବନେଶ୍ୱର: ରାଜ୍ୟରେ ବଦଳିବ ଲୋକସେବା ଭବନ ଏବଂ ବିଧାସଭାର ଢାଞ୍ଚା। ନୂଆକରି ନିର୍ମାଣ ହେବ ସେକ୍ରେଟେରିଏଟ୍ (ଲୋକସେବା ଭବନ) ଏବଂ ବିଧାନସଭା । ଏନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୁରୁଣା ବିଲ୍ଡିଂର ରୂପରେଖ ବଦଳା ଯିବା ପାଇଁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଭୁବନେଶ୍ୱରରେ ଓଡ଼ିଶା ମଣ୍ଡପ ନିର୍ମାଣ କରାଯିବ । ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ ଭଳି ଓଡ଼ିଶାରେ ମଧ୍ୟ ବିଶ୍ୱସ୍ତରୀୟ କନଭେନସନ୍ ପାଇଁ ସରକାର ପରିକଳ୍ପନା କରିଛନ୍ତି । ଖାଲି ସେତିକି ନୁହେଁ, ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ମଣ୍ଡପ ପାଇଁ ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ ସରିଛି। ଏହି ମଣ୍ଡପରେ ବୋର୍ଡରୁମଠୁ ଆରମ୍ଭ କରି ୧୦ ହଜାର ଲୋକ ବସି ପାରିଲା ଭଳି ସେଣ୍ଟର ନିର୍ମାଣ ହେବ । ଏହାସହ ଓଡ଼ିଶା ଏକ ବାତ୍ୟା ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଅନେକ ସ୍ଥାନରେ ବାତ୍ୟା ପ୍ରତିରୋଧ ବିଲ୍ଡିଂ ନିର୍ମାଣ ହେବାର ଆବଶ୍ୟକତା ରହିଛି । ତେଣୁ ନୂଆ ପ୍ରୋଜେକ୍ଟକୁ ସଠିକ୍ ସମୟରେ ସାରିବାକୁ ସରକାର ଫୋକସରେ ରଖିଛନ୍ତି । ଏହାସହ ଅନେକଗୁଡ଼ିଏ କାମ ଏବେ କନସେପ୍ଟ ଷ୍ଟେଜରେ ଅଛି, ଆଗକୁ ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।