ବାଙ୍କୀ: ମହାନଦୀରେ ଏକ ଅଘଟଣ ଘଟିଛି । ରବିବାର ମହାନଦୀକୁ ବଡ଼ବାପାଙ୍କ ସହ ୩ ପୁତୁରା ଏବଂ ଝିଆରୀ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା କାରଣରୁ ୪ ଜଣ ପିଲା ଭାସିଯାଇଥିଲେ। ୩ ଜଣଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ଅଛନ୍ତି । ଉଦ୍ଧାର ୩ ଜଣଙ୍କୁ ଚିକିତ୍ସା ପାଇଁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଏନେଇ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଅଗ୍ନିଶମ ବାହିନୀର ପାୱାର ବୋଟ୍ କାମ ନ କରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଳମ୍ବ ନ କରି ଗ୍ରାମବାସୀମାନେ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଜାରି କରିଥିଲେ ।