କଟକ: କଟକର ଏକ ମହିଳା ମହାବିଦ୍ୟାଳୟର ନିର୍ମାଣାଧୀନ କୋଠାର ୬ ମହଲାରୁ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକ ବିହାର ରାଜ୍ୟର ସୁଜୟ କୁମାର।
ସୂଚନା ଅନୁସାରେ, ଏକ ମହିଳା ମହାବିଦ୍ୟାଳୟର କ୍ୟାମ୍ପସ୍ରେ ଏକ କୋଠାର ନିର୍ମାଣ କରାଯାଉଛି । ଏହି କାମରେ ନିୟୋଜିତ ଥିବା ଜଣେ ଠିକା ଶ୍ରମିକ ଅସାବଧାନତା କାରଣରୁ ୬ ମହଲାରୁ ତଳେ ପଡିଯାଇଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଥିଲା । କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।