ଭୁଶୁଡୁଛି ଲାଲଗଡ । ପଶ୍ଚିମ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘନ ଘନ ସର୍ଚ୍ଚ ଅପରେସନ ଓ ଗୁଳିମାଡ଼ ଭୟରେ ମାଓବାଦୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସେଥିପାଇଁ ସେମାନେ ରାଜ୍ୟର ସୁନ୍ଦରଗଡ, ବରଗଡ, କଳାହାଣ୍ଡି ପରେ ରହିବା ପାଇଁ ପଶ୍ଚିମ ଓଡିଶା ଆଡକୁ ଅଗ୍ରସର ହେଉଛନ୍ତି । ମାଓବାଦୀମାନେ ସମ୍ବଲପୁରର ରେଢ଼ାଖୋଲ ବନଖଣ୍ଡ ଜଙ୍ଗଲକୁ ବାସସ୍ଥାନ ପାଇଁ ଆସୁଛନ୍ତି ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ସିଆରପିଏଫ ପକ୍ଷରୁ ପଶ୍ଚିମ ଓଡିଶାରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ସମ୍ବଲପୁରର ଚାରମାଳ ଓ ନାକଟିଦେଉଳ ଥାନା ଅଞ୍ଚଳରେ ସିଆରପିଏଫ ପକ୍ଷରୁ ମାଓବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି କରାଯାଉଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଖୋଜିବା ପାଇଁ ଡ୍ରୋନ୍ ର ସାହାଯ୍ୟ ନିଆଯାଇଛି । ଡ୍ରୋନ୍ ସହାୟତାରେ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଖୋଜି ନିପାତ କରାଯିବ । ପୁଣି ଡ୍ରୋନ୍ ମଧ୍ୟ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ । ମାଓ ସଙ୍ଗଠନକୁ ମୂଳ ପୋଛ କରିବା ପାଇଁ ସୁରକ୍ଷାକର୍ମୀମାନେ ଜୋରଦାର ଅପରେସନ କରୁଛନ୍ତି ।