ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଜଗନ୍ନାଥଖୁଣ୍ଟା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ନିଜ ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ। ମୃତକ ହେଲେ ପଶ୍ଚିମବଙ୍ଗର ସମୀର ଦାସ। ତେବେ ଖବରପାଇ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଜବଦ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଭାରସାମ୍ୟ ହରାଇ ବାଙ୍ଗିରିପୋଷି ଜଗନ୍ନାଥଖୁଣ୍ଟା ଓଭରବ୍ରିଜ ଉପରେ ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ନିଜ ଗାଡିର ଚକା ତଳେ ଡ୍ରାଇଭର ଚାପି ହୋଇଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ତାଙ୍କୁ ରକ୍ଷା କରିବାକୁ ଆସିଲା ବେଳକୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସ୍ଥାନୀୟ ଲୋକଙ୍କ ଖବର ପରେ ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ମୃତକଙ୍କ ପରିବାରକୁ ଖବର ଦେଇଛି।