ପାରାଦୀପ ;ସମୁଦ୍ରରେ ବୁଡି ଯୁବକ ନିଖୋଜ । ପାରାଦୀପ ଲାଇଟ୍ ହାଉସ୍ ନିକଟରେ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହେଲେ ଯୁବକ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି ରଖିଥିବା ବେଳେ , ନିଖୋଜ ଯୁବକ କେନ୍ଦ୍ରାପଡା ଅଞ୍ଚଳର ସେଖ୍ ଅମନ୍ ଉଲ୍ଲା ବୋଲି ଜଣା ପଡିଛି। ଆଜି ବକ୍ରୀ ଇଦ୍ ଥିବା ରୁ କେନ୍ଦ୍ରାପଡା ଅଞ୍ଚଳର ୭ଜଣ ଯୁବକ ପାରାଦୀପ ଲାଇଟହାଉସ୍ ନିକଟ ସମୁଦ୍ର କୂଳକୁ ବୁଲିବା ପାଇଁ ଆସିଥିଲେ। ସେଠାରେ ସମସ୍ତ ସାଙ୍ଗ ହୋଇ ମିଶି ସମୁଦ୍ରରେ ଗୋଧୋଇବା ବେଳେ ଜଣେ ଯୁବକ ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି। ଖବରପାଇ ପାରାଦୀପ ମେରାଇନ୍ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମେରାଇନ୍ ପୋଲିସର ଏକ ବୋଟ୍ ସମୁଦ୍ର ରେ ପଇନ୍ତରା ମାରି ଉଦ୍ଧାର କାର୍ଯ୍ୟ ଜାରୀ ରଖିଥିବା ବେଳେ ନିଖୋଜ ଯୁବକ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲ୍ଲା ଜଇପୁରା ଗ୍ରାମର ସେଖ୍ ଅମନ୍ ଉଲ୍ଲା ତାଙ୍କର ଏବଂ ତାଙ୍କର ବୟସ ୨୦ ବର୍ଷ ବୋଲି ଜଣାପଡିଛି।