ଭୁବନେଶ୍ୱର: ପିଏମ୍ ଆବାସ ଯୋଜନାରେ ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଏନେଇ ପରମିଟ୍ ଇସ୍ୟୁ ହେବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି। ବାଲି ଉଠାଣ ପାଇଁ ହାଇୱା ବଦଳରେ ଅନ୍ୟ ଗାଡ଼ି ବ୍ୟବହାର ହେବ ।
ଘର ତିଆରି ପାଇଁ ବାଲି ମିଳୁନଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପିଏମ୍ ଆବାସ ଯୋଜନା ମିଳିଥିବା ଯୋଗ୍ୟ ହିତାଧିକାରୀମାନେ ବାଲି ଅଭାବରୁ ଘର ତିଆରି କରିପାରୁନାହାନ୍ତି । ସେଥିପାଇଁ ରାଜ୍ୟ ସରକାର ଏପରି ଘୋଷଣା କରିଛନ୍ତି । ବାଲି ମାଫିଆ ଓ ଚୋରା ବାଲି ବେପାରୀଙ୍କ ପାଇଁ ଶୀଘ୍ର SOP ଜାରି କରାଯିବ ।