ସୁନ୍ଦରଗଡ଼: ବାଙ୍କୋ ଖଣି ନିକଟରୁ ଲୁଟ୍ ହୋଇଥିବା ବିସ୍ଫୋରକ ମଧ୍ୟରୁ ପୁଣି ୧୦୦ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି । ଝାଡ଼ଖଣ୍ଡ ତିରିଲିପୋଷି ଜଙ୍ଗଲରୁ ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ମୋଟ ୪ ହଜାର ୪୦୦ କେଜିର ବିସ୍ଫୋରକ ଜବତ ହୋଇଛି । ଅବଶିଷ୍ଟ ବିସ୍ଫୋରକକୁ ଉଦ୍ଧାର କରିବାକୁ ଜଙ୍ଗଲରେ ତଲାସୀ ଅଭିଯାନ ଜାରି ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମେ ୨୭ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୫ ଟନ୍ ବିସ୍ଫୋରକ ଲୁଟ୍ ହୋଇଥିଲା । ସେହିଦିନ ରାତିରୁ ଓଡ଼ିଶା ପୋଲିସ, ଝାରଖଣ୍ଡ ପୋଲିସ ଏବଂ ସିଆରପିଏଫ ପକ୍ଷରୁ ସରଣ୍ଡା ଜଙ୍ଗଲରେ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୋଲିସ ମିଳିତ ପ୍ରୟାସରେ ୫ ଟନ୍ ବିସ୍ଫୋରକରୁ ୩.୮ ଟନ୍ ଜବତ ହୋଇଛି । ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗିରଫ କରାଯାଇଛି ।