ଭୁବନେଶ୍ୱର: ଛତିଶଗଡ଼ ବୀଜାପୁରରୁ ୭ ଜଣ ମାଓବାଦୀଙ୍କ ମୃତ ଦେହକୁ ଜବତ କରାଯାଇଛି । ଗତ ୩ ଦିନ ମଧ୍ୟରେ ଟପ୍ ମାଓ ନେତା ସୁଧାକର ଏବଂ ଭାସ୍କର ସମେତ ଅନ୍ୟ ୫ ଜଣଙ୍କର ମୃତ ଦେହ ମିଳିଛି । ତେବେ ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ରହିଛନ୍ତି । ଜୁନ ୫, ୬ ଏବଂ ୭ ତାରିଖରେ ସର୍ଚ୍ଚ ଅପରେନ୍ ବେଳେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଗୁରୁବାର ଟପ୍ ମାଓ ନେତା ସୁଧାକର ନିହତ ହୋଇଥିଲା । ତା ମୁଣ୍ଡରେ ୪୦ ଲକ୍ଷର ପୁରସ୍କାର ରହିଥିଲା । ସେହିପରି ଗତକାଲି ମାଓନେତା ଭାସ୍କର ଏନକାଉଣ୍ଟରରେ ପ୍ରାଣ ହରାଇଛି । ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସେହିପରି ମେ ୨୧ରେ ମାଓ ନେତା ବସବରାଜୁ ଓରଫ୍ ନାମ୍ବଲା କେଶବ ରାଓକୁ ନାରାୟଣପୁରରେ ଏନକାଉଣ୍ଟର କରାଯାଇଥିଲା ।