ଚିତ୍ରକୋଣ୍ଡା: ମାଲକାନଗିରି ବାଲିମେଳା ଜଳ ଭଣ୍ଡାରରେ ଏକ ଅଘଟଣ ଘଟିଯାଇଛି । ଜଣେ ପୁରୁଷ ଓ ଦୁଇ ମହିଳା ତିନିଜଣ ଯାଉଥିବା ସମୟରେ ଜଳ ଭଣ୍ଡାରରେ ଡଙ୍ଗା ଓଲଟି ପଡିଥିଲା । ଦୁଇ ମହିଳାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।
ସୂଚନା ଅନୁସାରେ, ଚତ୍ରକୋଣ୍ଡା ଥାନା ଅନ୍ତର୍ଗତ ବାଲିମେଳା ଜଳ ଭଣ୍ଡାରରେ ତିନିଜଣ ଯାଉଥିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ନଦୀ ମଧ୍ୟରେ ଓଲଟି ପଡ଼ିଥିଲା । ଫଳରେ ଡଙ୍ଗାରେ ଥିବା ଯାତ୍ରୀ ନଦୀରେ ପଡି ନିଖୋଜ ହୋଇଯାଇଥିଲେ । ୨ ମହିଳାଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ନିଖୋଜଙ୍କର ପତ୍ତା ମିଳୁନି । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି କରୁଛନ୍ତି ।