ଲଖନଉ: ଭାରତୀୟ କ୍ରିକେଟ୍ ଦଳର ତାରକା ଖେଳାଳି ରିଙ୍କୁ ସିଂଙ୍କ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ସହ ଆଜି ନିର୍ବନ୍ଧ ସଂପନ୍ନ ହୋଇଛି । ଏହ କାର୍ଯ୍ୟକ୍ରମ ଲଖନଉର ହୋଟେଲ ଦ ସେଣ୍ଟ୍ରମରେ ଆୟୋଜିତ ହୋଇଛି । ଏହି ରିଙ୍ଗ ସେରିମନିରେ ସମଗ୍ର ଦେଶର ନାମିଦାମୀ ବ୍ୟକ୍ତି ବିଶେଷ ଯୋଗ ଦେଇଛନ୍ତି । ଉଭୟଙ୍କ ନିର୍ବନ୍ଧର ଫଟୋ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି । ପ୍ରଶଂସକଙ୍କଠୁ ନେଇ ଭାରତୀୟ ଦଳର ଅନେକ ଖେଳାଳି ଓ ବଡ ବଡ ନେତା ରିଙ୍କୁ-ପ୍ରିୟାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ଉଭୟ ରିଙ୍କୁ ଓ ପ୍ରିୟା ସରୋଜ ଉଭୟ ଉତ୍ତର ପ୍ରଦେଶର ବାସିନ୍ଦା । ରିଙ୍କୁ ସିଂ ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଥିବା ଥିବା ବେଳେ ପ୍ରିୟା ସରୋଜଙ୍କ ପାରିପାରିବ ପୃଷ୍ଠଭୂମି ବହୁତ ସମୃଦ୍ଧ । କିନ୍ତୁ ଦୁହେଁ ଏସବୁରୁ ଉର୍ଦ୍ଧ୍ୱରେ ଉଠି ଆଜି ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି । ଜୁନ ୮ ତାରିଖରେ ରିଙ୍କୁ ଓ ପ୍ରିୟାଙ୍କ ନୂତନ ଇନିଂସ ଆରମ୍ଭ ହୋଇଛି । ଉଭୟଙ୍କ ରିଙ୍ଗ ସେରିମନି ଲଖନଉର ପଞ୍ଚ ତାରକା ହୋଟେଲରେ ସଂପନ୍ନ ହୋଇଛି ।
ଋିଙ୍କୁ ସିଂ ପ୍ରିୟାଙ୍କୁ ହାତରେ ଧରି ଷ୍ଟେଜକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ସମୟରେ ଅରିଜିତ ସିଂଙ୍କ ଗୀତ ଓହ ମାହୀ... ଗୀତ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ଦେଖିବାକୁ ମିଳିଛି । କେକେଆର ବ୍ୟାଟର ରିଙ୍କୁ ସିଂ ଓ ସପାର ସାଂସଦ ପ୍ରିୟା ସରୋଜଙ୍କ ସାକ୍ଷାତ ପ୍ରାୟ ୨ ବର୍ଷ ପୂର୍ବେ ହୋଇଥିଲା । ଏହା ପରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ ଏବଂ ପରସ୍ପରକୁ ଭଲ ପାଇ ବସିଥିଲେ । ଆଜି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ।