ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁତ ଦିନ ଧରି ଖବରରେ ଅଛନ୍ତି। ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ 'ସ୍ପିରିଟ୍'ରୁ ସେ ବାହାରିବା ଅନେକ କାରଣ ସାମ୍ନାକୁ ଆସିଛି। କିନ୍ତୁ ଏବେ ଦୀପିକା ତାଙ୍କ ପ୍ରଶଂସକମାନଙ୍କୁ ଏସବୁ ବ୍ୟତୀତ ଏକ ଖୁସି ଖବର ଦେଇଛନ୍ତି ଯାହା କେହି କଳ୍ପନା କରିନଥିଲେ। ଦୀପିକା ନିକଟରେ ଘୋଷଣା କରିଛନ୍ତି ଯେ ସେ ତେଲୁଗୁ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ଏବଂ ତାମିଲ ନିର୍ଦ୍ଦେଶକ ଆଟଲିଙ୍କ ଆଗାମୀ ମହାନ ଓପସ୍ ଫିଲ୍ମ 'AA22xA6'ର ଅଂଶ ହେବେ।
ଫିଲ୍ମର ନିର୍ମାତା 'ସନ୍ ପିକ୍ଚର୍ସ' ମଧ୍ୟ ଇନଷ୍ଟାଗ୍ରାମରେ ଏହାର ଏକ ଘୋଷଣା କରିଛନ୍ତି। ଯେଉଁଥିରେ ଆଟଲି ଏବଂ ଦୀପିକା ଏକାଠି ବସିଥିବାର ଦେଖାଯାଉଛି। ଭିଡିଓରେ ଦୁହେଁ ଏକାଠି ବସି ଫିଲ୍ମ ବିଷୟରେ କଥା ହେଉଛନ୍ତି ଯେଉଁଥିରେ ଆଟଲି ଦୀପିକାଙ୍କୁ ଫିଲ୍ମର କାହାଣୀ ବୁଝାଉଥିବାର ଦେଖାଯାଉଛି। ତେବେ ପ୍ରଥମ ଥର ପାଇଁ ଦର୍ଶକ ମାନେ ଆଲ୍ଲୁ ଅର୍ଜୁନ ଏବଂ ଦୀପିକାଙ୍କ ଯୋଡି ଦେଖିବେ। ଯେତେବେଳେ ଏହି ଫିଲ୍ମରେ ଦୀପିକା ଅଭିନୟ କରିବାର ଖବର ମିଳିଛି ଦୀପିକାଙ୍କ ଫ୍ୟାନ୍ସମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।