କମଲ ହାସନଙ୍କ ଫିଲ୍ମ 'ଠଗ୍ ଲାଇଫ୍' ସିନେମା ହଲରେ ଧମାଲ୍ କରିବାକୁ ପ୍ରସ୍ତୁତ ରହିଛି। 'ଠଗ୍ ଲାଇଫ୍' ଚଳିତ ବର୍ଷର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଯାହା ଜୁନ୍ ୫ ତାରିଖରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି ମୁକ୍ତିଲାଭ ପାଇଁ ଆଉ ମାତ୍ର ଚାରି ଦିନ ବାକି ଅଛି ଏବଂ ଏବେ ଏହାର ପ୍ରଥମ ଦିନର କଲେକ୍ସନର ପୂର୍ବାନୁମାନ ସାମ୍ନାକୁ ଆସିଛି। ଏପରିକି ରିଲିଜ ହେବା ପରେ ଏହା ଆନୁମାନିକ ମୂଲ୍ୟ ଠାରୁ ଅଧିକ କଲେକ୍ସନ କରିବ ବୋଲି ଆସ କରାଯାଉଛି।
ମିଡ଼ିଆ ରିପୋର୍ଟ ଅନୁଯାୟୀ, କମଲ ହାସନଙ୍କ ଅଭିନୀତ 'ଠଗ୍ ଲାଇଫ୍' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ଆରମ୍ଭ କରିବାକୁ ଯାଉଛି । ମଣିରତ୍ନମଙ୍କ ନିର୍ଦ୍ଦେଶିତ ଏହି ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୩୫ କୋଟି ଟଙ୍କାରୁ ଅଧିକ ଓପନିଂ କଲେକ୍ସନ କରିପାରେ। ଏହି ଫିଲ୍ମଟି କମଲ ହାସନଙ୍କ କ୍ୟାରିୟରର ସବୁଠାରୁ ବଡ଼ ଓପନର ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଯଦି 'ଠଗ୍ ଲାଇଫ୍' ବକ୍ସ ଅଫିସରେ ପ୍ରଥମ ଦିନରେ ୩୫ କୋଟି ଆୟ କରେ ତେବେ ଏହା ଭିକି କୌଶଳଙ୍କ 'ଛାଭା'ର ଓପନିଂ କଲେକ୍ସନକୁ ପଛରେ ପକାଇଦେବ। କାରଣ ଛାଭା ପ୍ରଥମ ଦିନରେ ୩୩.୧୦ କୋଟି ଟଙ୍କାର ବ୍ୟବସାୟ କରିଥିଲା।
ତେବେ ଛାଭା ଫିଲ୍ମର ରେକର୍ଡ ଭାଙ୍ଗି 'ଠଗ୍ ଲାଇଫ୍' ୨୦୨୫ ବର୍ଷର ଦ୍ୱିତୀୟ ସବୁଠାରୁ ବଡ଼ ଓପନରର ଆଖ୍ୟା ଜିତିବ ବୋଲି ନିର୍ଦେଶକ କହିଛନ୍ତି। ତେବେ ଏହି ଫିଲ୍ମରେ କମଲ ହାସନଙ୍କ ସହିତ ତ୍ରିଶା କୃଷ୍ଣନ ଏବଂ ସିଲାମ୍ବରସନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି କମଲ ହାସନ, ମଣି ରତ୍ନାମ, ଉଦୟାନିଧି ଷ୍ଟାଲିନ, ଶିବ ଅନନ୍ତ ଏବଂ ଆର ମହେନ୍ଦ୍ରନ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।