ବଲିଉଡ୍ ସୁପରଷ୍ଟାର ଆର୍. ମାଧବନ୍ ଆଜି ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମାଧବନଙ୍କ ଜନ୍ମଦିନରେ ବଲିଉଡ୍ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ମାଧବନ ବଲିଉଡର ସୁପରଷ୍ଟାର ଭାବେ ଗଣତି ହୁଅନ୍ତି। ନାୟକ, ଖଳନାୟକ ଏବଂ କମେଡିଆନ ସବୁ ଚରିତ୍ରରେ ସେ ନଜର ଆସିଛନ୍ତି। ଆଉ ଦର୍ଶକ ମଧ୍ୟ ତାଙ୍କର ଅଭିନୟର ଖୁବ ତାରିଫ କରିଥାନ୍ତି। ତେବେ ଆଜିଯାଏଁ ମାଧବନଙ୍କୁ ତାଙ୍କ ଅଭିନୟ ପାଇଁ ଅନେକ ପୁରସ୍କାରରେ ସମନ୍ୱିତ କରାଯାଇଛି।
୧ ଜୁନ ୧୯୭୦ ଆସିହାରେ ଜନ୍ମ ଗ୍ରହଣ କରିଥିଲେ ଆର୍. ମାଧବନ। ସେ ହେଉଛନ୍ତି ଜଣେ ଭାରତୀୟ ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ପ୍ରଯୋଜକ। ମାଧବନ୍ ୧୯୯୬ ମସିହାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ପ୍ରଥମେ ଦୂରଦର୍ଶନରେ ଜଣେ ଅତିଥି କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଜୀ ଟିଭିର ସନ୍ଧ୍ୟାବେଳିଆ ଆସୁଥିବା ନିତିଦିନିଆ ଧାରାବାହିକ ବନେଗି ଅପ୍ନି ବାତ୍ ଜରିଆରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ। ଏହାପରେ ସେ କିଛି ବ୍ୟବସାୟିକ ଏବଂ ଛୋଟ ଭୂମିକାରେ ଅଭିନୟ କରିବାପରେ ତାଙ୍କୁ ତାମିଲ କଥାଚିତ୍ର ଜଗତରେ ଅଭିନୟର ସୁଯୋଗ ମିଳିଲା।
୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ମଣି ରତ୍ନମ୍ଙ୍କ ସଫଳ ପ୍ରେମ ଭିତ୍ତିକ ଚଳଚ୍ଚିତ୍ର ଆଲାଇପାୟୁଥାଏରେ ମାଧବନ୍ଙ୍କୁ ସବୁଠାରୁ ବଡ଼ ସଫଳତା ମିଳିଥିଲା। ଏହାପରେ ସେ କିଛି ସଫଳ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଅଧିକ ସଫଳତା ସାଉଁଣ୍ଟିଥିଲେ। ୨୦୦୧ ମସିହରେ ଗୌତମ ମେନନ୍ଙ୍କର ପ୍ରଥମ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ମିନ୍ନାଲେ ଏବଂ ମାଦ୍ରାସ ଟକିଜ୍ରେ ମଧବନ୍ଙ୍କୁ ବଡ଼ ସଫଳତା ମିଳିଥିଲା। ଏହାପରେ ସେ ରୋମାଣ୍ଟିକ ନାୟକରୁ ବାହାରି ୨୦୦୨ରେ ମଣି ରତ୍ନମ୍ଙ୍କର ଅନ୍ୟ ଏକ ଚଳଚ୍ଚିତ୍ର କନ୍ନାଥିଲ୍ ମୁଥାମିତ୍ତାଲରେ ଅଭିନୟ କରିଥିଲେ। ତେବେ ସେ ତିନୋଟି ଫିଲ୍ମଫେୟାର ପୁରସ୍କାର ସହ ଗୋଟିଏ ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।