ମୁମ୍ଵାଇ ; ଇତିହାସ ରଚିଲା ମଣିପୁରୀ ଫିଲ୍ମ 'ବୁଙ୍ଗ'। ଫରାସୀ ଚଳଚ୍ଚିତ୍ର "ଆର୍କୋ", ହଲିଉଡ୍ ଆକ୍ସନ୍ ମୁଭି "ଲିଲୋ ଆଣ୍ଡ୍ ଷ୍ଟିଚ୍" ଏବଂ ହଲିଉଡ୍ ଆନିମେଟେଡ୍ କମେଡି "ଜୁଟୋପିଆ-୨"କୁ ପଛରେ ପକାଇଛି 'ବୁଙ୍ଗ'। ନିଜ ନିଚ୍ଛକ କାହାଣୀ ପାଇଁ ପାଇଲା ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ୍ (ବାଫ୍ଟା)୨୦୨୬ ଆୱାର୍ଡ। ବୁଙ୍ଗର ବାଫ୍ଟା ବିଜୟ ଭାରତୀୟ ସିନେମା ପାଇଁ ଏକ ପ୍ରମୁଖ ସଫଳତା।
୫ ସେପ୍ଟେମ୍ବର ୨୦୨୪ ମସିହାରେ ମଣିପୁରୀ ଫିଲ୍ମ 'ବୁଙ୍ଗ' ବଡ ପରଦାରେ ରିଲିଜ ହୋଇଥିଲା। ମଣିପୁରୀରେ "ବୁଙ୍ଗ"ର ଅର୍ଥ "ଛୋଟ ପୁଅ"। ଏହି ଚଳଚ୍ଚିତ୍ରଟି ଏକ ଛୋଟ ପିଲା କିପରି ତାର ନିଖୋଜ ବାପାଙ୍କୁ ଖୋଜୁଛି ସେ କାହାଣୀ ଉପରେ ଆଧାରିତ। ସେ ତାଙ୍କ ମାଆଙ୍କ ବାପାଙ୍କୁ ଖୋଜି ତା ମାଆଙ୍କୁ ତାଙ୍କ ଜୀବନର ସର୍ବୋତ୍ତମ ଉପହାର ଦେବାକୁ ଚାହୁଁଛି। ଏହି ସିନେମାଟି ଦେଖିବା ପରେ ସମସ୍ତେ ଖୁବ ଭାବ ବିହ୍ଵଳିତ ହୋଇପଡିଥିଲେ। କାହାଣୀ ଆଖିରେ ଲୁହ ଆଣିଦିଏ।
ତେବେ ଉକ୍ତ ସିନେମାରେ ମୁଖ୍ୟ ଚରିତ୍ରରେ ଗୁଗୁନ୍ କିପଗେନ୍ ଅଭିନୟ କରିଛନ୍ତି।ଏହି ସିନେମା ପାଇଁ ନିର୍ଦ୍ଦେଶକ ଗୁଗୁନ୍ କିପଗେନ ଏବଂ ନିର୍ଦ୍ଧେଶିକା ଲକ୍ଷ୍ମୀପ୍ରିୟା ଦେବୀଙ୍କୁ ଖୁବ୍ ପ୍ରଶଂସା କରାଯାଇଛି। ଏପରିକି ସିନେମାଟି ଗୋଆରେ ବୁଲବୁଲ ଚିଲ୍ଡ୍ରେନ୍ସ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ପାଇଥିଲା। "ବୁଙ୍ଗ" ୨୦୨୪ ଟୋରଣ୍ଟୋ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ଏହାର ୱାଲ୍ଡ ପ୍ରିମିୟର ସମୟରେ ଖୁବ୍ ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଶେଷରେ ସମସ୍ତ ହଲିଉଡ଼ ଫିଲ୍ମକୁ ପଛରେ ପକାଇ ପାଇଛି (ବାଫ୍ଟା)୨୦୨୬ ଆୱାର୍ଡ।।
ଅଧିକ ପଢନ୍ତୁ ; ବିବାହ ପାଇଁ ରେଡି ସାଉଥ ସୁପରଷ୍ଟାର ବିଜୟ ଏବଂ ରଶ୍ମିକା ; ୨୬ରେ ପଡିବ ହାତଗଣ୍ଠି