ଉଦୟପୁର ;୨୬ ଫେବ୍ରୁଆରୀରେ ପଡିବ ସାଉଥ ସିନେମାର ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନାଙ୍କ ହାତଗଣ୍ଠି। ଉଦୟପୁରରେ ରାଜକୀୟ ଷ୍ଟାଇଲରେ ହେବ ବିବାହ। ହୋଟେଲ ‘ମେମେଣ୍ଟୋସ ବାଏ ଆଇଟିସି’ ରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିପାଇଁ ଉଦୟପୁରରେ ପହଞ୍ଚିଛନ୍ତି ଲଭ ବାର୍ଡ଼ ରଶ୍ମିକା ଓ ବିଜୟ। ତେବେ ରଶ୍ମିକା ଓ ବିଜୟଙ୍କ ବିବାହକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଉଭୟଙ୍କ ଫ୍ୟାନ୍ସ।
ଦକ୍ଷିଣ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ରଶ୍ମିକା ମନ୍ଧାନା ଏବଂ ବିଜୟ ଦେବରକୋଣ୍ଡା। ଉଭୟ ଅଭିନୟ ଠାରୁ ରମ୍ଭା କରି ରୋମାନ୍ସ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥାଏ। କିଛି ବର୍ଷ ପୂର୍ବରୁ ଉଭୟ ଉଭୟଙ୍କୁ ପ୍ରେମ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ରଶ୍ମିକା ଏବଂ ବିଜୟ ଏହି କଥାକୁ ଆଡେଇ ଆସୁଥିଲେ କିନ୍ତୁ ଶେଷରେ ଉକ୍ତ ଚର୍ଚ୍ଚାରେ ବିରାମ ଲାଗିଛି। ଆସନ୍ତା ୨୬ ଫେବ୍ରୁଆରୀରେ ଅର୍ଥାତ ଗୁରୁବାର ଦିନ ଉଦୟପୁରର ‘ମେମେଣ୍ଟୋସ ବାଏ ଆଇଟିସି’ ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରଶ୍ମିକା ଏବଂ ବିଜୟ।
ତେବେ ୨୫ରୁ ୨୮ ଫେବୃଆରୀ ପର୍ଯ୍ୟନ୍ତ ‘ମେମେଣ୍ଟୋସ ବାଏ ଆଇଟିସି’ ହୋଟେଲକୁ ସମ୍ପୂର୍ଣ୍ଣ ବୁକ୍ କରାଯାଇଛି। ୨୪ ଫେବୃଆରୀରୁ ମେହେନ୍ଦି ଏବଂ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାପରେ ୨୬ ଫେବ୍ରୁଆରୀରେ ରାଜକୀୟ ଷ୍ଟାଇଲରେ ଉଭୟଙ୍କ ବିବାହ ସମ୍ପନ୍ନ ହେବ। ବିବାହ ସାରିବା ପରେ ଆସନ୍ତା ୪ ମାର୍ଚ୍ଚରେ ହାଇଦ୍ରାବାଦର ତାଜ୍ କ୍ରିଷ୍ଣା ହୋଟେଲରେ ଏକ ଭବ୍ୟ ରିସେପସନ୍ ପାର୍ଟିର ଆୟୋଜନ କରାଯିବ।