ବରିଷ୍ଠ ତଥା ଲୋକପ୍ରିୟ ଅଭିନେତ୍ରୀ ଫରୀଦା ଜଲାଲ । ଆପଣ ହୁଏତ ତାଙ୍କୁ ଟିଭି ଶୋ ସରାରତରୁ ଜଣିଥିବେ । ସେହି ସମୟରେ ସେ ଘରେ ଘରେ ବେଶ ପରିଚିତ ଥିଲେ । ସେ ସେହି ଟେଲିଭିଜନ ଶୋ ଶରାରତରୁ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ । ସୂଚାନା ମୁତାବକ ତାଙ୍କୁ ଏବେ ବଡ ପରଦାରେ ଦେଖିବାକୁ ମିଳିବ ।
ତାଙ୍କ ସମୟରେ ସେ ସବୁ ନାମୀ ଦାମୀ ଅଭିନେତାଙ୍କ ସହିତ ବଡ ପରଦାରେ ନଜର ଆସିଥିଲେ । ସେ ବିନୋଦ ଖନ୍ନା, ଅମିତା ବଚ୍ଚନ, ରାଜେଶ ଖାନ୍ନା, ଋଷି କପୁରଙ୍କ ସହ ସେ କାମ କରିଛନ୍ତି । ପରବର୍ତ୍ତୀ ସମୟରେ ସେ ଶାହରୁଖ ଖାନ୍, ଅନିଲ କପୁର, ଗୋବିନ୍ଦା ପରି ଅଭିନେତାଙ୍କ ସହ କାମ କରିଛନ୍ତି ।
ତେବେ ତାଙ୍କ ଦେଖିବାକୁ ମିଳିବ ୱେଲକମ୍ ଟୁ ଦି ଜଙ୍ଗଲ’ରେ । ୱେଲକମ୍ ଫ୍ରାଞ୍ଚାଇଜ୍ର ଏହା ତୃତୀୟ ଫିଲ୍ମ ଅଟେ। ଏହି ମୁଭିରେ ମଧ୍ୟ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ । ତେବେ ଦେଖିବାକୁ ବାକି ରହିଲା ମୁଭିଟି ଦର୍ଶକଙ୍କୁ ମନକୁ ଛୁଇଁ ପାରୁଛି ନା ନାହିଁ ।
ଅଧିକା ପଢନ୍ତୁ: ହ୍ୟାପି ବାର୍ଥଡେ ବିଜୟ