ରାଜନୀତିରେ ଏଣ୍ଟ୍ରିମାରିବେ ବଲିଉଡ୍ ଖିଲାଡି ଅକ୍ଷୟ କୁମାର!
Khabar Odisha:Entertainment-bollywood-odisha-bollywood-actor-akshay-kumar-to-enter-politics-in-2019-loksabha-elections
ମୁମ୍ୱାଇ, ମାର୍ଚ୍ଚ ୧୪(ଖବର ଓଡିଶା):

ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଏବେ ନିଜର ଆଗାମୀ ଫିଲ୍ମ ‘କେସରୀ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ସାଧାରଣ ଲୋକସଭା ପୂର୍ବରୁ ଆସୁଥିବା ଏହି ଫିଲ୍ମରେ ନିର୍ବୀଚନର ଛୁଙ୍କ ଲାଗିବା ବି ନିଶ୍ଚିତ ଥିଲା । ପୂର୍ବରୁ ଅନେକ କଳାକାର ଅଭିନେତାରୁ ନେତା ହୋଇଛନ୍ତି ଏବଂ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ଅକ୍ଷୟ କୁମାର ମଧ୍ୟ ଦେଶରେ ଘଟିଥିବା ଘଟଣାଗୁଡିକ ଉପରେ ନିଜର ଟିପ୍ପଣୀ ମଧ୍ୟ ରଖିଥିବା ଦେଖିବାକୁ ମିଳିଛି । 

ବିଶେଷ କରି ସାମାଜିକ ମୁଦ୍ଦାକୁ ନେଇ ଫିଲ୍ମ କରି ଅକ୍ଷୟ କୁମାର ବେଶ୍ ଚର୍ଚ୍ଚିତ ଚେହେରା ହୋଇ ରହିଆସିଛନ୍ତି । ଫିଲ୍ମ ଟଏଲେଟ୍- ଏକ୍‌ ପ୍ରେମ କଥା ଓ ପ୍ୟାଡ୍‌ମ୍ୟାନ କରି ଅକ୍ଷୟ ବେଶ୍ ପ୍ରଭାବିତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅକ୍ଷୟଙ୍କ ତାରିଫ୍ କରିଥିଲେ । ଏହି ଭିତରେ ଅକ୍ଷୟ ନିଜ ଫିଲ୍ମର ପ୍ରମୋସନ୍ ଭିତରେ ରାଜନୀତିକୁ ଆସିବା ନେଇ ସବୁ ଆକାଂକ୍ଷା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । 

ଅକ୍ଷକ କୁମାର ଦେଶଭକ୍ତି ସହିତ ଜଡିତ ଅନେକ ଫିଲ୍ମରେ(ହଲିଡେ,ବେବି,ରୁସ୍ତମ) କାମ କରିଛନ୍ତି ଏବଂ ଏହି ସବୁ ଚରିତ୍ରରେ ସେ ସୁପରହିଟ୍‌ ମଧ୍ୟ ରହିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଅକ୍ଷୟ ସର୍ବଦା ଭାରତୀୟ ସେନାକୁ ପ୍ରୋତ୍ସାହନ ଓ ସମର୍ଥନରେ ଟ୍ୱିଟ୍‌ କରିବାରେ ନଜର ଆସିଛନ୍ତି । ଫିଲ୍ମ ଟଏଲେଟ୍‌ ଓ ପ୍ୟାଡ୍‌ମ୍ୟାନ ପରେ ଏହା ଏକପ୍ରକାର ନିଶ୍ଚିତ ହୋଇଯାଇଛି କି ଅକ୍ଷୟ କୁମାର ବି ଗୋବିନ୍ଦା, ଶତ୍ରୁଘ୍ନ ସିହ୍ନା ଏବଂ ରଜନିକାନ୍ତଙ୍କ ପରି ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିପାରନ୍ତି । ମହାରାଷ୍ଟ୍ର ଓ ପଂଜାବରେ ଅକ୍ଷୟ କୁମାର ଲୋକସଭା ନିର୍ବାଚନ ମଧ୍ୟ ଲଢିବେ ବୋଲି ଖବର ଆସିଥିଲା । କିନ୍ତୁ ଅକ୍ଷୟ କୁମାର ଏହା ଉପରେ ପୂର୍ଣ୍ଣଛେଦ ପକାଇ ଦେଉଛନ୍ତି । 

ଅକ୍ଷୟ କୁମାର କହିଛନ୍ତି କି, ତାଙ୍କର ରାଜନୀତିକୁ ଆସିବାର ଇଚ୍ଛା ନାହିଁ ଏବଂ ସେ ଏମିତି କୌଣସି ନିଷ୍ପତ୍ତି ମଧ୍ୟ ନେଇନାହାଁନ୍ତି । ଅକ୍ଷୟ କୁମାର ଏକ ୟ୍ୟୁଟ୍ୟୁବ୍ ଚ୍ୟାନେଲ୍‌କୁ ଇଣ୍ଟରଭ୍ୟୁ ଦେଇ କହିଛନ୍ତି କି, ସେ ଦେଶ ପାଇଁ କିଛି କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ସେ ଏଥିପାଇଁ ସିନେମାର ଶକ୍ତିକୁ ବ୍ୟବହାର କରିବାକୁ ଚାହୁଁଛନ୍ତି । ସେ ମାନନ୍ତି କି ସିନେମା ମାଧ୍ୟମରେ ଲୋକମାନଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚା ଯାଇପାରିବ ଏବଂ ଏଥିପାଇଁ  ତାଙ୍କୁ  ସକ୍ରିୟ ରାଜନୀତିକୁ ଆସିବାର ଆବଶ୍ୟକତା ନାହିଁ । ଅକ୍ଷୟ ସାମାଜିକ ଇସ୍ୟୁଗୁଡିକ ଉପରେ କାମ କରିବାକୁ ଚାହୁଁଛନ୍ତି କିନ୍ତୁ ଏଥିପାଇଁ ସେ ଫିଲ୍ମର ହିଁ ସହଯୋଗ ନେବେ ବୋଲି କହିଥିଲେ ।

ଅକ୍ଷୟ କହିଛନ୍ତି କି, ସେ ନିଜକୁ ଆଗାମୀ ପାଞ୍ଚ ବର୍ଷ ବଲିଉଡରେ ସକ୍ରିୟ ରଖିବାକୁ ଚାହାଁନ୍ତି । ଯଦିଓ ଲୋକମାନଙ୍କୁ ଲାଗୁଛି କି ସେ ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି କିନ୍ତୁ ଅକ୍ଷୟ ରାଜନୀତି ପାଇଁ କୌଣସି ପ୍ରୟାସ କରୁନଥିବା କହିଛନ୍ତି । ଅକ୍ଷୟଙ୍କ ଆଗାମୀ ଫିଲ୍ମ କେସରୀରେ ଅକ୍ଷୟ କୁମାର ବ୍ରିଟିଶ୍ ସରକାରଙ୍କ ସମୟରେ ହୋଇଥିବା ଏକ ଯୁଦ୍ଧକୁ ଚିତ୍ରଣ କରିଛନ୍ତି ।  

Subscribe

National International State Sports Entertainment