“ବଦଲା”କୁ ଟକ୍କର ଦେଇ ଆଗକୁ ବଢିଲା “ମାର୍ବଲ କ୍ୟାପ୍ଟେନ” ,ଜାଣନ୍ତୁ ପ୍ରଥମ ଦିନର ଆୟ
Khabar Odisha:Entertainment-bollywood-odisha-Badla-and-captain-marvel-movie-box-office-collection-day-1
ମୁମ୍ବାଇ, ମାର୍ଚ୍ଚ ୦୯(ଖବର ଓଡ଼ିଶା):

ଏଥର ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଥିବା ଦୁଇଟି ଦମଦାର ମୁଭି “ବଦଲା “ ଓ “ମାର୍ବଲ କ୍ୟାପ୍ଟେନ” । ସୁଜୟା ଘୋଷଙ୍କ ନିର୍ଦ୍ଦେଶିତ ସିନେମା “ବଦଲା”ରେ ଅମିତାଭ ବଚ୍ଚନଙ୍କ ସହ ତାପସି ପନ୍ନୁ ମୁଖ୍ୟଭୁମିକାରେ ଅଭିନୟ କରିଛନ୍ତି । “ବଦଲା” ପ୍ରଥମ ଦିନରେ ୫.୦୪ କୋଟି ଆୟ କରିଛି । 

ସୁଜୟା ଘୋଷ ପୂର୍ବରୁ ଏକ ସସପେନ୍ସ ଥ୍ରୀଲର ଫିଲ୍ମର କାହାଣୀ ପ୍ରସ୍ତୁତ କରିଥିଲେ । ସେହି ସିନେମାଟି ଭଲ ଆୟ କରିବା ସହ କିଛି ଫିଲ୍ମର ରେକର୍ଡ଼ ମଧ୍ୟ ଭାଙ୍ଗିଥିଲା । କାଲି ରିଲିଜ ହୋଇଥିବା ସୁଜୟା ଘୋଷଙ୍କ ନିର୍ଦ୍ଦେଶିତ ସିନେମା “ବଦଲା” ମୁଖ୍ୟଭୁମିକାରେ ଅମିତାଭ ବଚ୍ଚନ ଓ ତାପସି ପନ୍ନୁ । ଏହି ଫିଲ୍ମଟି ମଧ୍ୟ ସସପେନ୍ସ ଥ୍ରୀଲର ଉପରେ ଆଧାରିତ ହୋଇଛି । ଏହା ପ୍ରଥମ ଦିନ ଓପନିଙ୍ଗରେ ୫.୦୪କୋଟି ଆୟ କରିଛି । ପ୍ରଥମ ଶୋରେ ଭଲ ପ୍ରଦର୍ଶନ କରିନଥିବା ବେଳେ ପରେ ଭଲ ପ୍ରଦର୍ଶନ କରି ଏହା ଦର୍ଶକଙ୍କ ପ୍ରିୟ ହୋଇପାରିବ ବୋଲି ଆଶା କରାଯାଇଛି । ପ୍ରାୟ ୩୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମା “ବଦଲା” ୨୨୦୦ ସ୍କ୍ରିନରେ ରିଲିଜ ହୋଇଛିି ।

ଫିଲ୍ମ “ବଦଲା” ସ୍ପେନିସ ସିନେମାରୁ ପ୍ରେରିତ ହୋଇ ପ୍ରସ୍ତୁତ କରାଯାଇଛି । ସୁଜୟା ଘୋଷ ଏହି ସିନେମାଟିର କାହାଣୀ ୧୦ବର୍ଷ ପୂର୍ବରୁ ଲେଖିବା ଆରମ୍ଭ କରିଥିଲେ ।ଏହି ସିନେମାଟିକୁ ଶାହାରୁଖ ଖାନଙ୍କ ପ୍ରଡ଼କ୍ସନ କମ୍ପାନୀ ରେଡ଼ ଚିଲିଜ ଲଣ୍ଟେରମେଣ୍ଟ ପ୍ରଡ଼୍ୟୁସ କରିଛି । ମାର୍ବଲ ଷ୍ଟୁଡ଼ିଓଜର ସିନେମା ମାର୍ବଲ କ୍ୟାପ୍ଟେନ  ହିନ୍ଦି ,ତେଲୁଗୁ ,ତାମିଲ ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମ ପ୍ରଥମ ଦିନରେ ହିଁ ୧୩.୫୦ କୋଟିରୁ ୧୪କୋଟି ଆୟ କରିପାରିଛି ।

Subscribe

National International State Sports Entertainment