ରିଲିଜ ହେଲା “ବଦଲା “ ଓ ମାର୍ବଲ “କ୍ୟାପ୍ଟେନ”
Khabar Odisha:Entertainment-bollywood-odisha-Amitabh-bachchan-badla-and-captain-marvel-box-office-prediction
ମୁମ୍ବାଇ, ମାର୍ଚ୍ଚ ୦୮(ଖବର ଓଡ଼ିଶା):

 ଏହି ଫିଲ୍ମି ଫ୍ରାଇଡ଼େରେ ରିଲିଜ ହୋଇଛି ଦୁଇଟି ଦମଦାର ମୁଭି “ବଦଲା “ ଓ ମାର୍ବଲ “କ୍ୟାପ୍ଟେନ” । ସୁଜୟା ଘୋଷ ୨୦୧୨ ମସିହାରେ ଏକ ସସପେନ୍ସ ଥ୍ରୀଲର ଫିଲ୍ମର କାହାଣୀ ପ୍ରସ୍ତୁତ କରିଥିଲେ । ସେଥିରେ ବିଦ୍ୟା ବାଲନ ଓ ନବାଜୁଦ୍ଧିନ ସିଦ୍ଧକୀ ମୁଖ୍ୟ ଭୂମିକାରେ ରହିଥିଲେ । ସିନେମାଟି ଭଲ ଆୟ କରିବା ସହ କିଛି ଫିଲ୍ମର ରେକର୍ଡ଼ ମଧ୍ୟ ଭାଙ୍ଗିଥିଲା । 

ବର୍ତ୍ତମାନ ସୁଜୟା ପୁଣି ନିଜ ଆଗାମୀ ଫିଲ୍ମକକୁ ଦର୍ଶକଙ୍କ ଆଗକୁ ଆଣିବାକୁ ଆଣିଛନ୍ତି । । ଆଜି ରିଲିଜ ହୋଇଥିବା ସିନେମାରେ ମୁଖ୍ୟଭୁମିକାରେ ଅମିତାଭ ବଚ୍ଚନ ଓ ତାପସି ପନ୍ନୁ । ଏହି ଫିଲ୍ମଟି ମଧ୍ୟ ସସପେନ ଥ୍ରୀଲର ଉପରେ ଆଧାରିତ ହୋଇଛି । ଏହା ପୂର୍ବରୁ ଅମିତାଭ ଓ ତାପସି ପିଙ୍କ ଫିଲ୍ମରେ ନଜରକୁ ଆସିଥଲେ । ପୁଣି ଏହି ଯୋଡ଼ି ଦର୍ଶକଙ୍କ ମନ ହରିବେ ବୋଲି ଆଶା କରାଯାଇଛି ।ପ୍ରାୟ ୩୦ କୋଟି ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମା “ବଦଲା” ୨୨୦୦ ସ୍କ୍ରିନରେ ରିଲିଜ କରାଯାଇଛି । ଏହି ସିନେମାଟିକୁ ଶାହାରୁଖ ଖାନଙ୍କ ପ୍ରଡ଼କ୍ସନ କମ୍ପାନୀ ରେଡ଼ ଚିଲିଜ ଲଣ୍ଟେରମେଣ୍ଟ ପ୍ରଡ଼୍ୟୁସ କରିଛି । ଏହା ପ୍ରଥମ ଦିନ ଓପନିଙ୍ଗରେ ୪ରୁ ୫କୋଟି ଆୟ କରିବା ସମ୍ଭାବନା ରହିଛି । ପ୍ରଥମ ଦିନରେ ଯଦି ଏହି ସିନେମାଟି ଭଲ ପ୍ରଦର୍ଶନ ତେବେ ଏହା ଦର୍ଶକଙ୍କ ପ୍ରିୟ ହୋଇପାରିବ । ମାର୍ବଲ ଷ୍ଟୁଡ଼ିଓଜର ସିନେମା ମାର୍ବଲ ଆଜି ରିଲିଜ ହୋଇଛି  । ଏହା ହିନ୍ଦି ,ତେଲୁଗୁ ,ତାମିଲ ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମ ପ୍ରଥମ ଦିନରେ ହିଁ ୬ରୁ ୭କୋଟି ଆୟ କରିପାରେ ।

Subscribe

National International State Sports Entertainment