ମୁମ୍ବାଇ, ଜାନୁଆରୀ ୨୪(ଖବର ଓଡ଼ିଶା): ବର୍ଷ ଆରମ୍ଭରୁ ଖୁସି ଖବର ଦେଲେ ବଲିଉଡ୍ ର ସୁନାମଧନ୍ୟ ଗାୟକ ଉଦିତ୍ ନାରାୟଣଙ୍କ ସୁପୁତ୍ର ତଥା ସିଙ୍ଗର ଆଦିତ୍ୟ ନାରାୟଣ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଗର୍ଭବତୀ ଥିବା ଆଜି ଏକ ପୋଷ୍ଟ ଜରିଆରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଆଦିତ୍ୟ ନାରାୟଣ ।
ଖୁବ୍ଶୀଘ୍ର ଉଭୟଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଥିବା ବେଳେ ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି ଶ୍ୱେତା ଏବଂ ଆଦିତ୍ୟ ।
ଇନଷ୍ଟ୍ରାଗ୍ରାମରେ ଉଭୟ ଦମ୍ପତି ଏକ ପାର୍ଟନନିଟି ଫଟୋସୁଟ୍ କରାଇ ନିଜ ଫ୍ୟାନ୍ସ ମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଆଦିତ୍ୟଙ୍କ ଏହି ଗୁଡ୍ ନ୍ୟୁଜ୍ ପରେ ଏବେ ପୁରା ସୋସିଆଲ ମିଡିଆରେ ଉଭୟ ଆଦିତ୍ୟ ଓ ଶ୍ୱେତାଙ୍କୁ ଛୁଟୁଛି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ।
ଆଦିତ୍ୟ ଓ ଶ୍ୱେତା ଉଭୟ ଫିଲ୍ମ ସାପିତ୍ରେ ଏକାଠି କାମ କରିଥିବା ବେଳେ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।