ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଅଭିଯୋଗ ଆସିଛି । ଏବେ ଏହାକୁ ନେଇ ଅଭିନେତ୍ରୀ ଚର୍ଚ୍ଚାରେ ଅଛନ୍ତି । ସୂଚନା ଅନୁଯାୟୀ, କୋଲକାତାର ଏକ ଇଭେଣ୍ଟ କମ୍ପାନୀ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏହାପରେ ଜରିନଙ୍କ ନାମରେ ଆରେଷ୍ଟ ୱାର୍ଣ୍ଣିଙ୍ଗ ଜାରି କରା ଯାଇଥିଲା । 2018 ମସିହାରେ ସମ୍ମିଳନୀ ରେ ଜରିନଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । କୋଲକାତା ସହ ଉତ୍ତର 24 ପରଗନା ର 6 ଟି କାଳୀ ପୂଜାର କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଅଭିନେତ୍ରୀ କହିଥିବା ପରେ ମଧ୍ୟ ଜରିନ ସେଠାରେ ଉପସ୍ଥିତ ହୋଇ ନଥିଲେ । ସେହି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ତରଫରୁ ନାରକେଲଡାଙ୍ଗା ଥାନାରେ ଏହି ଅଭିଯୋଗ ଦର୍ଜ କରାଯାଇଛି । ଏହାପରେ ନାରକେଲଡାଙ୍ଗା ଥାନାର ପୋଲିସ ସିଆଲଦା କୋର୍ଟରେ ନୋଟିସ ଦେଇଥିଲେ । ନୋଟିସ ଅନୁଯାୟୀ, ମାମଲା ଜାଣିବା ପରେ ଆମେ ଜରିନ ଖାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ହେଲେ ତାଙ୍କ ତରଫରୁ କୌଣସି ଜବାବ ଆସିଲା ନାହିଁ । ତେବେ ଏହି ଖବରଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ ଅଭିନେତ୍ରୀଙ୍କର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।