ଭଦ୍ରକ: ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା। ଜମିବାଡ଼ି ବିବାଦ ଓ ପାରିବାରିକ କଳହକୁ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଚୁନିଦା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବାପା ରବି ସାହୁଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ପୁଅ ବିକାଶ ସାହୁଙ୍କର ମୃତ୍ୟୁ ଘଟିଛି ।
ରବିସାହୁ ଓ ପୁଅ ବିକାଶ ସାହୁଙ୍କ ମଧ୍ୟ ରେ ଦୀର୍ଘ ଦିନ ହେବ ପାରିବାରିକ ସମସ୍ୟା କୁ ନେଇ ବିବାହ ଲାଗି ରହିଥିଲା। ତେବେ ଆଜି କୌଣସି କାରଣ ପାଇଁ ବାପ ପୁଅଙ୍କ ଭିତରେ ବିବାଦ ଉଗ୍ର ରୂପ ନେଇ ଥିଲା ଯାହା ଫଳରେ ବାପ ରବି ସାହୁ ରାଗି ଯାଇ ଏକ ଧାରୁଆ ଅସ୍ତ୍ରରେ ପୁଅ ବିକାଶକୁ ଚୋଟ ମାରିଥିଲା । ତେବେ ଉଭୟଙ୍କ ମଧ୍ୟରେ ଝଗଡା ପରେ ବାପା ବୋହୂକୁ ଘରେ ବନ୍ଦ କରି ଦେଇ ପୁଅକୁ ଆକ୍ରମଣ କରିଥିଲା। ଯାହା ଫଳରେ ପୁଅ ବିକାଶ ଗୁରୁତର ହେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ଚିକିତ୍ସା ପରେ ମୃତ ଘୋଷଣା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।
ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅମାନୁଷିକତା ଏବଂ ପାରିବାରିକ ହିଂସା ବଢିବାରେ ଲାଗିଛି। କେତେବେଳେ ପୁଅ ବାପାକୁ ମାରିଲାଣି ତ ବାପା ପୁଅକୁ, ପୁଣି କେତେବେଳେ ସ୍ବାମୀ ନିଜ ସ୍ତ୍ରୀ କୁ ହତ୍ଯା କରୁଛି।