ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
Khabar Odisha:crime-Odisha-husband-killed-his-wife
ନୟାଗଡ଼,ଏପ୍ରିଲ ୧୨(ଖବର ଓଡ଼ିଶା):

ନୟାଗଡ କେସେଣ୍ଡ ଗାଁରେ ଏକ ବନ୍ଦ କୋଠାରୀ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପ୍ରାଥମିକ ତଦନ୍ତରୁ ସ୍ୱାମୀ ସ୍ତ୍ରୀଙ୍କ କଳହରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।

ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କେସେଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ବନ୍ଦ କୋଠାରୀ ଭିତରୁ ଜଣେ ମହିଳାଙ୍କ ମୃତଦେହ ଓଡଗାଁ ପୋଲିସ ଉଦ୍ଧାର କରିଛି । ସେହି ଗାଁରେ ବାସ କରୁଥିବା ଗୋଟିଏ ପରିବାରରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳି ହୋଇଥିଲା । ଦୁହିଁଙ୍ଗ ମଧ୍ୟରେ ବଚସା ମଧ୍ୟ ହୋଇଥିଲା । ସେହି କାରଣରୁ ସ୍ୱାମୀ ନିଜ ସ୍ତ୍ରୀ ରଞ୍ଜିତା ମିଳିକକୁ ହତ୍ୟା କରି ଅଭିଯୁକ୍ତ ସୋମନାଥ ମିଳିକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସୋମନାଥକୁ ଖୋଜିବାକୁ ପୋଲିସ  ଛାନଭିନ କରୁଛି ।

Subscribe

National International State Sports Entertainment