ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକକୁ ଆଜି ଗିରଫ କରିଛି । ଇ-ମେଲରେ ମୁକେଶଙ୍କୁ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି । ପୁଲିସ ଏହି ଯୁବକଙ୍କୁ କୋର୍ଟ ହାଜର କରିବା ପରୋ ନଭେମ୍ବର ୮ ଯାଏ ହେପାଜତକୁ ନେଇଛି। ଉକ୍ତ ଯୁବକ ଜଣକ ଗଣେଶ ରମେଶ ବନପାରାଧୀ ବୋଲି ପରିଚୟ ମିଳିଛି। ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ ଇ-ମେଲ ପଠାଇ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଉଥିଲା । ପ୍ରଥମେ ୨୦ କୋଟି ଏବଂ ପରେ ତା’ପରେ ୨୦୦ କୋଟି ଆଉ ପରେ ୪୦୦ କୋଟି ଟଙ୍କା ମାଗୁଥିଲା । ଅଭିଯୁକ୍ତ ଜଣକ ୫ଟି ଇ-ମେଲ ପଠାଇଥିଲା । ଇ-ମେଲ ପଠାଇବା ପାଇଁ ବିପିଏନ ନେଟଓ୍ଵାର୍କ ବେଲଜିୟମର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ, ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀର ଅଫିସିଆଲ ଇମେଲ ଆଇଡିକୁ ୨୭ ଅକ୍ଟୋବରରେ ପ୍ରଥମ ଧମକ ମିଳିଥିଲା । ଧମକ ଦେଇଥିବା ଯୁବକ ଜଣକ ପ୍ରଥମେ ୨୦ କୋଟି ଦାବି କରି ହତ୍ୟା କରିବାକୁ ଧମକ ଦେଇଥିଲା । ଏହାପରେ ୨୮ ଅକ୍ଟୋବରରେ ପୁଣି ହତ୍ୟା ଧମକ ଦିଆଯାଇ ୨୦୦ କୋଟି ଟଙ୍କା ଦାବି କରିଥିଲା ଅଭିଯୁକ୍ତ । ଏହାପରେ ପୁଣି ୩୦ ତାରିଖରେ ଆଉ ଏକ ମେଲ୍ କରି ୪୦୦ କୋଟି ମାଗିଥିଲା ଅଭିଯୁକ୍ତ । ଏହି ମାମଲାର ପୋଲିସ ଯାଞ୍ଚ କରି ୧୯ ବର୍ଷୀୟ ଯୁବକଙ୍କୁ ତେଲେଙ୍ଗାନାରୁ ଗିରଫ କରିବାରେ ସକ୍ଷମ ହୋଇଛି । ଯୁବକଙ୍କୁ ଗିରଫ କରି ପରେ ଯାଞ୍ଚ ଆରମ୍ଭ କରିଛି ପୋଲିସ ।
ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନିଙ୍କୁ ଏଭଳି ହତ୍ୟା ଧମକ ମିଳିବା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନି ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍ ଯୋଗେ ହତ୍ୟା ଧମକ ମିଳିଥିଲା। ଏହାପରେ ଏହି ମାମଲାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।
ଅଧିକ ପଢ଼ନ୍ତୁ : ମେଲର ପ୍ରତିକ୍ରିୟା ନଦେବାରୁ 400 କୋଟି ଡିମାଣ୍ଡ