ନ୍ୟୁଜର୍ସି: ଆମେରିକାର ୱିସ୍କନ୍ସିନ୍ର ମ୍ୟାଡିସନ୍ସ୍ଥିତ ଏକ ସ୍କୁଲ୍ ଉପରେ ହୋଇଥିବା ଗୁଳିବିନିମୟରେ ସନ୍ଦିଗ୍ଧ ଗୁଳିଚାଳକଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ, ଆକ୍ରମଣକାରୀ ଜଣକ ସ୍କୁଲର ଛାତ୍ର ଥିଲେ।
ଗୁଳିକାଣ୍ଡ ପରେ ପୁଲିସ ପହଞ୍ଚିବା ବେଳକୁ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିଲା। ମ୍ୟାଡିସନ୍ ପୁଲିସ ବିଭାଗ ଇଣ୍ଟରନେଟ୍ ମିଡିଆରେ କହିଛି ଯେ ଏହି ଗୁଳିକାଣ୍ଡଟି ଏମ୍ବିଡେଣ୍ଟ୍ ଲାଇଫ୍ ଖ୍ରୀଷ୍ଟିଆନ୍ ସ୍କୁଲ୍ରେ ଘଟିଛି। ଏହି ଘରୋଇ ବିଦ୍ୟାଳୟରେ ପାଖାପାଖି ୪୦୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।
ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ଗୁଳିଚାଳନାକାରୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ମ୍ୟାଡିସନ୍ ପୁଲିସ ମୁଖ୍ୟ ଶନ୍ ବର୍ନସ୍ କହିଛନ୍ତି। ୬ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିକାଣ୍ଡ କାହିଁକି ଘଟିଲା ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଆମେରିକାରେ ବିଗତ କିଛି ବର୍ଷ ମଧ୍ୟରେ ସ୍କୁଲ ଗୁଳିକାଣ୍ଡ ସଂଖ୍ୟା ବୃଦ୍ଧି ପାଇଛି।
ସ୍କୁଲ ସୁଟିଂ ଡାଟାବେସ୍ ୱେବସାଇଟ୍ ଅନୁଯାୟୀ, ଚଳିତ ବର୍ଷ ଆମେରିକାରେ ୩୨୨ଟି ସ୍କୁଲ ଗୁଳିକାଣ୍ଡ ଘଟିଛି। ଗତବର୍ଷ ୩୪୯ଟି ସ୍କୁଲରେ ଗୁଳିକାଣ୍ଡ ଘଟିଥିଲା।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଏବଂ ଅଭାବନୀୟ ବୋଲି ବର୍ଣ୍ଣନା କରିଛନ୍ତି। ଗୁଳିକାଣ୍ଡକୁ ନିନ୍ଦା କରି ନାଡିଆଡୱାଲା କହିଛନ୍ତି ଯେ ଏହି ଘଟଣା ପୁଣି ଥରେ କଠୋର ବନ୍ଧୁକ ଆଇନର ଆବଶ୍ୟକତାକୁ ସୂଚାଉଛି।
ଅଧିକ ପଢ଼ନ୍ତୁ: 'ଏକ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ବିଲ୍ ଆଗତ କରିପାରନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ