ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଅଭାବନୀୟ ଘଟଣା। ହସ୍ପିଟାଲ ପରିସରରେ ଜୀବନ ହାରିଲେ ରୋଗୀ। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସିଟିସ୍କେନ ପାଖରେ ନୂତନ ନିର୍ମାଣ ଧୀନ କୋଠା ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମୁଣ୍ଡ ରେ ପଟି ଲାଗିଛି। ତାଙ୍କର ସାର୍ଟ ପକେଟରୁ ଏକ ପ୍ରେସକ୍ରିପସନ୍ ବାହାରିଛି ଯେଉଁଥିରେ ଅଗସ୍ତି ଜାନି ଲେଖା ହୋଇଛି।
ସୂଚନା ଅନୁସାରେ, ଆଜି ସକାଳେ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲର ନୂତନ ନିର୍ମାଣ ଧୀନ କୋଠା ନିକଟରେ ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ସୁରକ୍ଷା କର୍ମୀ ମାନେ ଦେଖିଥିଲେ। ଏହାପରେ ସେମାନେ ତୁରନ୍ତ ମେଡିକାଲ ସୁପରିଟେନ୍ଦେଣ୍ଟଙ୍କୁ ଜଣାଇଥିଲେ। ଖବରପାଇ ମେଡିକାଲ ସୁପରିଟେନ୍ଦେଣ୍ଟ ଏବଂ ମେଡିକାଲ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ। ଏହାପରେ ମୃତ ବ୍ୟକ୍ତିଙ୍କ ଶବକୁ ଗଛରୁ ତଳକୁ ଆଣି ଶବ ବ୍ୟବଛେଏଡ ପାଇଁ ପଠାଯାଇଥିଲା। ଅପରପକ୍ଷେ ତାଙ୍କର ମୁଣ୍ଡରେ ପଟି ଲାଗିଥିବାରୁ ସେ ମେଡିକାଲରେ ଚିକିତ୍ସିତ ହେଉ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୋଲିସ ଏ ନେଇ ଛାନଭିନ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ କରିବା ନେଇ ସୂଚନା ମିଳିଛି।