ଗଞ୍ଜେଇ କାରବାରର ବିଭିନ୍ନ ସ୍ଥାନରେ ଚଢାଉ , ୧୨ ଗିରଫ
Khabar Odisha:Crime-Odisha-ganja-seized-from-several-places
କୋରାପୁଟ, ମାର୍ଚ୍ଚ ୧୪(ଖବର ଓଡ଼ିଶା):

 ରାଜ୍ୟରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚାଲାଣ ପୋଲିସ ପାଇଁ ମୁଣ୍ଡବ୍ୟଥା ହୋଇଥିବା ବେଳେ ଆଜି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରିଛି। ଏହା ସହ କୋରାପୁଟ ପୋଲିସ ୧୨ଜଣକୁ ଗିରଫ କରିଛି ।

ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢାଉ ଚାଲିଥିଲା । ଜୟପୁର ସଦର ,ଟାଉନ ,ବୈପାରିଗୁଡ଼ା ,ବୋରିଗୁମ୍ମାରେ ଚଢାଉ କରି ଏକ ଟନରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । କୋରାପୁଟ ପୋଲିସ ଏହି ଘଟଣାରେ ୧୨ଜଣକୁ ଗିରଫ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି। 

Subscribe

National International State Sports Entertainment