ରାଜଧାନୀରେ ନିୟମ ଭାଙ୍ଗୁଥିବା ଡ୍ୟାନ୍ସ ବାରଙ୍କୁ ସାବାଡ୍ କରିବା ଲାଗି ଅବକାରୀ ବିଭାଗ ଏବେ ଆକ୍ସନ ମୋଡରେ । ନିର୍ଦ୍ଧାରିତ ସମୟରେ ବନ୍ଦ ନକରି ରାତି ତମାମ ଗ୍ରାହକଙ୍କୁ ମତୁଆଲା କରୁଥିବା ବାର୍ ଉପରେ ରେଡ୍ ପକାଇଛି ୩ଟି ସ୍ପେଶାଲ୍ ଟିମ୍। ବାରଗାର୍ଲଙ୍କୁ ଅନୈତିକ କାର୍ଯ୍ୟରେ ଲଗାଯାଉଥିବା ଅଭିଯୋଗ ଓ ପାର୍ବଣ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ହଠାତ୍ ଆକ୍ସନ ମୋଡକୁ ଆସିଛି ଏକ୍ସାଇଜ୍ ଡିପାର୍ଟମେଣ୍ଟ।
ବିଳମ୍ବିତ ରାତିରେ ରାଜଧାନୀରେ ଥିବା ବିଭିନ୍ନ ବାର ଉପରେ ଚଢାଉ କରିଛି ଅବକାରୀ ବିଭାଗର ସ୍ପେଶାଲ୍ ଟିମ୍ । ସହରରେ ଥିବା ବିଭିନ୍ନ ବାର, ପବ, କ୍ଲବ ଓ ଡ୍ୟାନ୍ସ ଉପରେ ଚଢାଉ ପାଇଁ ତିଆରି ହୋଇଛି ୩ଟି ଟିମ୍ । ପାର୍ବଣକୁ ଆଖି ଆଗରେ ରଖି ଏହି ଟିମ୍ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ରଖିବ କଡା ନଜର । ବିଭିନ୍ନ ସମୟରେ ରାତିରେ ଡ୍ୟାନ୍ସ ବାରଗୁଡ଼ିକ ନୀତି ନିୟମକୁ ଉଲ୍ଲଂଘନ କରି ଚାଲୁଥିବା ଅଭିଯୋଗ ରହିଛି । ପୋଲିସର ଅନେକ ଚେତାବନୀ ସତ୍ୱେ ସହରର ବିଭିନ୍ନ ସ୍ଥାନରେ ବାର୍ ଏବଂ ନାଇଟ୍ କ୍ଲବ୍ ନିର୍ଦ୍ଦିଷ୍ଟ ସମୟଠାରୁ ଅଧିକ ସମୟ ଯାଏଁ ଖୋଲା ରହୁଛି | ନାଇଟ କ୍ଲବ ଏବଂ ବାରଗୁଡିକ ମଧ୍ୟ ଖୋଲାଖୋଲି ଭାବେ ଏକ୍ସାଇଜ୍ ବିଭାଗର ସର୍ତ୍ତ ଏବଂ ସର୍ତ୍ତଗୁଡିକର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଥିଲା | ବହୁ ଯୁବକଙ୍କୁ ମଦ୍ୟପ ଅବସ୍ଥାରେ ଦେଖିବାକୁ ମିଳୁଛି | ଏହାକୁ ନେଇ ପୁଲିସ ଓ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠିଥିବା ବେଳେ ଗତକାଲି ରାତିରେ ବାର ଗୁଡିକରେ ଅବକାରୀ ଟିମ୍ ରେଡ୍ କରିଛି । ରେଡ୍ ବେଳେ ବିଭିନ୍ନ ବାର ବନ୍ଦ ରହିଥିବା ବେଳେ କିଛି ଡ୍ୟାନ୍ସ ବାରରେ ଯୁବତୀଙ୍କ ନାଚ ଦେଖିବାକୁ ମିଳିଥିଲା । ଏହି ସମୟରେ ବାର ଗୁଡିକର ଆଇଡି ଚେକ୍ କରିବା ସହିତ ଲାଇସେନ୍ସ ଚେକ୍ କରିଥିଲା ଟିମ୍ ।
ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ହାତରେ ଧରାପଡ଼ିଲେ ମାର୍କେଟିଙ୍ଗ ଇନ୍ସପେକ୍ଟର