ଢାକା: ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣା ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧାରେ ପୁଲିସ ମିଥ୍ୟା ରାଜଦ୍ରୋହ ମାମଲା ରୁଜୁ କରି ଗିରଫ କରିଥିବା ଜଣାପଡ଼ିଛି । ଏ ନେଇ କୋଲକାତା ଇସ୍କନର ଉପାଧ୍ୟକ୍ଷ ରାଧାରମଣ ଦାସ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସ ଜରିଆରେ ସୂଚନା ଦେଇଛନ୍ତି ।
ଚିନ୍ମୟ କୃଷ୍ଣା ଦାସଙ୍କୁ ବିଦେଶ ଯାତ୍ରା କରିବାକୁ ଅନୁମତି ଦିଆଯାଉ ନ ଥିଲା । ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ ଲଗାତର ବିରୋଧ କରି ଆସୁଥିଲେ । ଏହା ସହିତ ସେ ନିକଟରେ ଏକ ହିନ୍ଦୁ ଶୋଭାଯାତ୍ରା ମଧ୍ୟ ବାହାର କରିଥିଲେ । ଯେଉଁଥିପାଇଁ ଢାକା ପୁଲିସ ତାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଥିଲା । ଏହା ପରେ ଢାକା ପୁଲିସର ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରି ଏକ ଅଜ୍ଞାତ ସ୍ଥାନରେ ରଖିଥିବା ରାଧାରମଣ ଦାସ କହିଛନ୍ତି । ତେବେ ବାଂଲାଦେଶରେ ସରକାର ପରିବର୍ତ୍ତନ ହେବାଠାରୁ ହିନ୍ଦୁଙ୍କ ଉପରେ ଲଗାତର ଅତ୍ୟାଚାର ବଢ଼ିବାରେ ଲାଗିଛି ।