ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରି ୨୦ରେ ଶପଥ ଗ୍ରହଣ ସମାରୋହ ପରେ ତୁରନ୍ତ ଏକ ବଡ଼ ଆଦେଶ ଜାରି କରିପାରନ୍ତି ବୋଲି ଆଶା କରାଯାଉଛି। ଦ ସନ୍ଡେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ଆମେରିକା ସେନାରୁ କିନ୍ନରମାନଙ୍କୁ ହଟାଇବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି।
ରିପୋର୍ଟ ଅନୁଯାୟୀ, ଏହି ଆଦେଶ ଆମେରିକା ସେନାରେ ଥିବା ପ୍ରାୟ ୧୫,୦୦୦ କିନ୍ନରଙ୍କୁ ପ୍ରଭାବିତ କରିବ ଏବଂ ସେମାନଙ୍କୁ ସେନାରୁ ହଟାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ନଭେମ୍ବର ୫ରେ କମଳା ହାରିସଙ୍କୁ ପରାସ୍ତ କରି ରାଷ୍ଟ୍ରପତି ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିଲେ। ଜାନୁଆରିରେ ସେ ଦାୟିତ୍ୱ ଗ୍ରହଣ କରିବେ।
ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଏ ସଂକ୍ରାନ୍ତରେ ଆଦେଶ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହାପରେ ସେନାରେ କାର୍ଯ୍ୟରତ ହଜାର ହଜାର କିନ୍ନରଙ୍କୁ ଡାକ୍ତରୀ କାରଣରୁ ଚାକିରିରୁ ବହିଷ୍କାର କରାଯିବ। ସେନା ପର୍ଯ୍ୟାପ୍ତ ଲୋକଙ୍କୁ ନିଯୁକ୍ତି ଦେଇପାରୁନଥିବା ବେଳେ ଏହି ଲୋକମାନଙ୍କୁ ବହିଷ୍କାର କରାଯିବ ବୋଲି ଏକ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ। ଏହି ନିଷ୍ପତି ଦ୍ୱାରା ପ୍ରଭାବିତ ହୋଇଥିବା ଅନେକ ଲୋକ ବହୁତ ବରିଷ୍ଠ ପଦବୀରେ ଅଛନ୍ତି।
ଯଦି ଏହି ନୂଆ ଆଦେଶ କାର୍ଯ୍ୟକାରୀ ହୁଏ, ତେବେ ଟ୍ରମ୍ପ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଯେଉଁ ଆଦେଶ ପ୍ରଚଳନ କରିଥିଲେ, ତା'ଠାରୁ ଅଧିକ ବ୍ୟାପକ ଏବଂ ବିବାଦୀୟ ହୋଇପାରେ। ଏହାପରେ ଟ୍ରମ୍ପ କିନ୍ନରମାନଙ୍କୁ ସେନାରେ କାର୍ଯ୍ୟ କରିବାକୁ ବାରଣ କରିଥିଲେ, କିନ୍ତୁ ଯେଉଁମାନେ ପୂର୍ବରୁ ଚାକିରି କରୁଥିଲେ ସେମାନଙ୍କୁ ରହିବାକୁ ଅନୁମତି ଦିଆଯାଇଥିଲା। ତେବେ ଜୋ ବାଇଡେନ ଟ୍ରମ୍ପଙ୍କ ଆଦେଶ ଆସିବା ମାତ୍ରେ ଶେଷ କରିବାକୁ କାର୍ଯ୍ୟନିର୍ବାହୀ ଆଦେଶ ଜାରି କରିଛନ୍ତି।
ଅଧିକ ପଢ଼ନ୍ତୁ: ଏଲନ୍ ମସ୍କ କାହିଁକି ଭାରତର ନିର୍ବାଚନ ବ୍ୟବସ୍ଥାକୁ ପ୍ରଶଂସା କଲେ?