ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବରିଷ୍ଠ ଶିଳ୍ପପତି ଏଲନ୍ ମସ୍କଙ୍କ ବନ୍ଧୁତା ଏବେ ବେଶ୍ ଜଣାଶୁଣା। ନିର୍ବାଚନ ଜିତିବା ପରଠାରୁ ଦୁହେଁ ପ୍ରାୟ ସବୁବେଳେ ଏକାଠି ରହିଛନ୍ତି। ଏହା ଥରେ ପ୍ରମାଣିତ ହୋଇଥିଲା ଯେତେବେଳେ ଗୁଗଲ ସିଇଓ ସୁନ୍ଦର ପିଚାଇ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ ଏବଂ ମସ୍କ ମଧ୍ୟ ଏହି କଲ୍ରେ ଯୋଗ ଦେଇଥିଲେ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କମଳା ହାରିସଙ୍କ ଉପରେ ବିଜୟ ପାଇଁ ପିଚାଇ ନିକଟରେ ଟ୍ରମ୍ପଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଥିଲେ। ତା'ପରେ ମସ୍କ ମଧ୍ୟ ଏହି କଲ୍ରେ ଯୋଗ ଦେଇଥିଲେ ଏବଂ ତିନି ଜଣଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା।
ଏହା ପୂର୍ବରୁ ମସ୍କ ଗୁଗୁଲର ସର୍ଚ୍ଚ ରେଜଲ୍ଟରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଟ୍ରମ୍ପଙ୍କୁ ସର୍ଚ୍ଚ କରିବା ଦ୍ୱାରା ହାରିସଙ୍କ ସହ ଜଡିତ କାହାଣୀ ସାମ୍ନାକୁ ଆସିଥାଏ। ଟେସ୍ଲା ଏବଂ ସ୍ପେସ୍ ଏକ୍ସର ସିଇଓ ମସ୍କ ପୂର୍ବରୁ ବିଶ୍ୱ ନେତାଙ୍କ ସହ ଟେଲିଫୋନ୍ କଲ୍ ରେ ଯୋଗ ଦେଇଥିଲେ ଏବଂ କର୍ମଚାରୀ ଚୟନ ଉପରେ ପରାମର୍ଶ ଦେଇଥିଲେ।
ନବନିର୍ବାଚିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ମସ୍କଙ୍କୁ 'ଫାଷ୍ଟ ବଡି' କୁହାଯାଉଛି। ନଭେମ୍ବର ୧୬ରେ ସ୍ପେସ୍ ଏକ୍ସ ଷ୍ଟାରସିପ୍ ରକେଟ୍ ଉତକ୍ଷେପଣ ଏବଂ ଅଲ୍ଟିମେଟ୍ ଫାଇଟିଂ ଚାମ୍ପିଅନସିପ୍ (ୟୁଏଫସି) ହେଭିୱେଟ୍ ଯୁଦ୍ଧ ସମେତ ବିଭିନ୍ନ ଇଭେଣ୍ଟରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ହଜାରୀବାଗ ସଡ଼କ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ