ନୂଆଦିଲ୍ଲୀ: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ ଶୀଘ୍ର ଭାରତ ଆସି ପାରନ୍ତି । ଏ ନେଇ ଜଲଦୀ ଦିନ ଓ ତାରିଖ ଚୂଡ଼ାନ୍ତ ହେବ । କେମଲିନର ପ୍ରେସ ସଚିବ ଦିମିତ୍ରୀ ପେସ୍କୋବ ଏ ଖବର ସମ୍ପର୍କରେ ଖୁଲାସା କରିଛନ୍ତି । ଚଳିତ ବର୍ଷ ଶେଷ ଆଡ଼କୁ ଉଭୟ ୟୁକ୍ରେନ ରାଷ୍ଟ୍ରପତି ଓ ବୋଲୋଦିମିର ଜେଲେନସ୍କି ଓ ଋଷ ରାଷ୍ଟ୍ରପତି ଭାରତ ଆସିବାର ସମ୍ଭାବନା ରହିଛି ।
ଏହି ଦୁଇ ରାଷ୍ଟ୍ର ନେତାଙ୍କ ଭାରତ ଗସ୍ତ ଉପରେ ସାରା ବିଶ୍ୱରେ ନଜର ରହିଛି । ଏହା ଦ୍ୱାରା ଦୀର୍ଘ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶା କରାଯାଉଛି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଭାରତ ଏକ ମୁଖ୍ୟ ଭୂମିକା ତୁଲାଉଛି । ପୁତିନ ମଧ୍ୟ କହିଛନ୍ତି ଯେ ସେ ଏ ବିଷୟକୁ ନେଇ ଭାରତ, ଚୀନ ଓ ବ୍ରାଜିଲର ସମ୍ପର୍କରେ ରହିଛନ୍ତି ।
ଚଳିତ ବର୍ଷ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପୁଟିନଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହା ପରେ ମୋଦୀ ୟୁକ୍ରେନ ଗସ୍ତ କରି ଜେଲେନସ୍କିଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ସେପଟେ ଆମେରିକାରେ ମଧ୍ୟ ଡୋନାଲ୍ଡ ଟ୍ରମ୍ପଙ୍କର ବିଜୟୀ ହୋଇଛି । ତେଣୁ ଋଷ-ୟୁକ୍ରେନ ଯୁଦ୍ଧରେ ବିରାମ ଲାଗିପାରେ ।