କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ୨୭ଟିକିଆ ହାତୀପଲଙ୍କ ଉପଦ୍ରବ। ଦୀର୍ଘ ୧୫ଦିନ ଧରି ଜିଲ୍ଲାର ସଦର, ପାଟଣା ଓ ଚମ୍ପୁଆ ରେଞ୍ଜ ଅଞ୍ଚଳର ବିଭିନ୍ନ ଗାଁରେ ପଶି ଘର ଭାଙ୍ଗିବା ସହିତ, ବ୍ୟାପକ ଧାନ ଫସଲ ଓ ପନିପରିବା ଚାଷ ନଷ୍ଟ କରୁଛନ୍ତି। ଏବେ ଧାନ ଅମଳର ସମୟ ହୋଇଥିବା ବେଳେ, ହାତୀପଲଙ୍କୁ ନେଇ ଚିନ୍ତାରେ ପଡିଛନ୍ତି ଅଞ୍ଚଳର ଲୋକେ। ଗତ ୨ତାରିଖରେ ୨୭ଟିକିଆ ହାତୀପଲ ନରେନ୍ଦ୍ର ଓ ବିଦେଶୀ ମୁଣ୍ଡାଙ୍କର ୪ବଖରା ଭାଙ୍ଗି ଦେଇଛନ୍ତି। ୧୯ ଦିନ ଧରି ଅନ୍ୟ ଉପାୟ ନପାଇ ୮ପ୍ରାଣୀ କୁଟୁମ୍ବ ତମ୍ବୁ ତଳେ ବାସ କରୁଛନ୍ତି। ଏହି ଗାଁରେ ୨୭ଟି ପରିବାର ବାସ କରୁଥିବା ବେଳେ, ହାତୀପଲ ୪ଟି ଘର ଭାଙ୍ଗି ଦେଇଛି। ଏହି ଦୁଇ ପରିବାର ଏବେ ବାସହୀନ ହୋଇ ପଡିଛନ୍ତି। ଥଣ୍ଡା କାକର ରେ ବହୁ କଷ୍ଟ ରେ ଜୀବନ ବିତାଉଛନ୍ତି। ହାତୀପଲଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବା ସହ, ‘‘ଅନୁକମ୍ପା’’ ମାଧ୍ୟମରେ ବନ ବିଭାଗ, କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଥିବା କହିଛନ୍ତି ବନ ବିଭାଗ ଅଧିକାରୀ।