ସୋନପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ାଉବେଳେ ତାଙ୍କଠାରୁ ବିପୁଳ ସମ୍ପତ୍ତି ଠାବ କରାଯାଇଛି । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି ।
ଗତକାଲି ସୁବର୍ଣ୍ଣପୁର ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ସୋନପୁର ସ୍ଥିତ କାର୍ଯ୍ୟାଳୟ, ଭଡ଼ାଘର ଓ ପୈତୃକ ଘର ସମେତ ୧୧ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗିର, ସୋନପୁର ଓ ବରଗଡ଼ର ୧୧ଟି ସ୍ଥାନରେ ଏହି ରେଡ୍ କରାଯାଇଥିଲା। ଚଢ଼ାଉବେଲେ ୨ଟି କୋଠା, ୪ ଏକର ପରିମିତ ଜମିରେ ଫାର୍ମ ହାଉସ, ୧୯ଟି ପ୍ଲଟ୍, ୧.୭୨ କୋଟିର ବ୍ୟାଙ୍କ ଜମାରାଶି ଓ ଲକ୍ଷେ ୪୯ ହଜାର ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ସେହିପରି ପେଟ୍ରୋଲ ପମ୍ପରେ ଅର୍ଥ ବିନୋଯୋଗ, ଫ୍ଲାଏଆସ୍ ଫ୍ୟାକ୍ଟ୍ରି, ଜେସିଜି ମେସିନ୍ ଓ ଟ୍ରାକ୍ଟର ଥିବା ନେଇ ମଧ୍ୟ ତଦନ୍ତ ଜାରି ରହିଛି ।