ଯାଜପୁର: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବାବେଳେ ପ୍ରଣବ ପ୍ରକାଶ ଦାସଙ୍କ ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ତେବେ ଏହି ମାମଲାରେ ପୁଲିସର ତତ୍ପରତା ପ୍ରକାଶ ପାଇଛି। ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଆକ୍ସନ୍ ମୁଡକୁ ଆସିଛି । ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି । ଏତଲା ପରେ ପୁଲିସ ଆକ୍ରମଣକାରୀଙ୍କୁ ଅଟକ ରଖିଛି ।
ଅନ୍ୟପକ୍ଷରେ ଘଟଣା ବାବଦରେ କିଛି ଜାଣି ନ ଥିବା କହିଛନ୍ତି । ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ମଧ୍ୟ ନାହିଁ । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି । ଏହା ସହିତ ବିଜୁ ଜନତା ଦଳ ହିଂସାରେ ବିଶ୍ୱାସ ରଖେ ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।
ସେହିପରି ବବି ଦାସଙ୍କ ଭାଇ ତଥା ଯାଜପୁରର ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆକ୍ରମଣ ପରେ ବିଧାୟକଙ୍କ ସହ ସେ ବ୍ୟକ୍ତିଗତ ଭାବେ କଥା ହୋଇ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି । ମା' ବିରଜାଙ୍କ ପ୍ରକଳ୍ପକୁ ବନ୍ଦ କରାଯାଉଥିବାରୁ ଆନ୍ଦୋଳନ ଚାଲୁଥିଲା । ଏହି ସମୟରେ ଧର୍ମଶାଳା ବିଧାୟକ ସେଠାରେ ପହଞ୍ଚି ଯାଜପୁରବାସୀଙ୍କ ପ୍ରତି ଆକ୍ରୋଶମୂଳକ ମନ୍ତବ୍ୟ ଦେବାରୁ ଏଭଳି ସ୍ଥିତି ଉପୁଜିଲା ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ବିଧାୟକଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ମୋର ଭୂମିକା ଅଛି, ତେବେ ମୋତେ ଗିରଫ କରାଯାଉ ବୋଲି ସେ କହିଛନ୍ତି ।
ଗତକାଲି ବିଧାୟକ ହିମାଂଶୁ ଶେଖର ସାହୁ ସନ୍ଧ୍ୟାରେ କୌଣସି ଏକ କାମରେ ଡିଡିଏମ ଅଫିସ ଯାଉଥିବା ବେଳେ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା । ତାଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହିତ ବିଧାୟକଙ୍କୁ ମାଡ଼ ମାରିଥିଲେ । ଏମିତିକି ତାଙ୍କ ସୁନା ଚେନ୍ ମଧ୍ୟ ଛଡ଼ାଇ ନେଇଯାଇଥିଲେ । ଆକ୍ରମଣକାରୀ ବବି ଦାସଙ୍କ ନାଁ ନେଇ ତାଙ୍କ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଥିଲେ । ଘଟଣା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ପହଁଚି ସ୍ଥିତିକୁ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଥିଲା ।