କନ୍ଧମାଳ: ବୁଧବାର କନ୍ଧମାଳ ଜିଲ୍ଲା କୁଇ ସମାଜ ସମନ୍ବୟ ସମିତିର ଥିଲା ପ୍ରତିଷ୍ଠା ଦିବସ। ସେଥିପାଇଁ ଶହ ଶହ ଆଦିବାସୀ କୁଇ ପାରମ୍ପରିକ ନୃତ୍ୟ କରିବା ସହିତ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ ଫୁଲବାଣୀ କଲେଜ ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏହାପରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କର ୬ ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ତେବେ ଏହି ଶୋଭାଯାତ୍ରା ନେତୃତ୍ୱ କୁଇ ନେତା ଲମ୍ବୋଦର କହଁର ନେଇଥିଲେ। ତାଙ୍କରି ତତ୍ୱାବଧାନରେ ଶହ ଶହ ଆଦିବାସୀ କୁଇ ସମାଜର ଲୋକମାନେ ନିଜ ଦାବି ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ।