ହଜାରୀବାଗ: କୋଲକାତାରୁ ପାଟନା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଅନିୟନ୍ତ୍ରିତ ଭାବେ ଓଲଟି ପଡ଼ିବାରୁ ୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବିହାରର ହଜାରୀବାଗ ଜିଲ୍ଲାର ବରକଥା ବ୍ଲକ୍ର ଗୋର୍ହାରଠାରେ ଏହି ଦୁର୍ଘଟଣା ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି। ଏଥିସହିତ ଦୁଇ ଡଜନରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।
କୁହାଯାଉଛି ଯେ, ରାସ୍ତା ନିର୍ମାଣ ସମୟରେ କମ୍ପାନୀ ରାସ୍ତା କାଟି ଦେଇଛି। ଫଳରେ ବସ୍ଟି ଅନିୟନ୍ତ୍ରିତ ହୋଇ ଖାଲରେ ଓଲଟି ପଡ଼ିଥିଲା। ଚିତ୍କାର ଶୁଣି ନିକଟସ୍ଥ ଗ୍ରାମବାସୀ ପହଞ୍ଚି ଗୋର୍ହର ଥାନା ପୁଲିସ ସହାୟତାରେ ଆହତମାନଙ୍କୁ ବାହାରକୁ ଆଣିଥିଲେ। ମୃତକଙ୍କ ମଧ୍ୟରେ ସର୍ବାଧିକ ମହିଳା ଅଛନ୍ତି। ବିଶାଲ (ଡବ୍ଲୁ ବି ୭୬ ଏ ୧୫୪୮) ନାମକ ଏହି ବସ୍ ପାଟନା ଅଭିମୁଖେ ଯାଉଥିଲା।
ଘଟଣା ସମ୍ପର୍କରେ ଖବର ପାଇ ପୂର୍ବତନ ବିଧାୟକ ଜାନକୀ ଯାଦବ ଓ ତାଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରିଥିଲେ। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହଜାରୀବାଗ ମେଡିକାଲ କଲେଜକୁ ପଠାଯାଉଛି। ସୂଚନାଯୋଗ୍ୟ, ଗତ ୬ ବର୍ଷ ହେଲା ବରକଠା ସିକ୍ସ ଲେନ୍ ନିର୍ମାଣ ଚାଲିଛି।
ଅଧିକ ପଢ଼ନ୍ତୁ: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ୫ ମୃତ