ଆଲିଗଡ଼: ଉତ୍ତରପ୍ରଦେଶର ଆଲିଗଡ଼ ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ୍ୱେରେ ବୁଧବାର ରାତି ଏକ ବଡ଼ ଦୁର୍ଘଟଣା ଘଟିଛି। ଟ୍ରକ୍ ଓ ଡବଲ୍ ଡେକର ବସ୍ ମଧ୍ୟରେ ପ୍ରବଳ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣଙ୍କମୃତ୍ୟୁ ଘଟିଛି।
ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଲମ୍ବା ଜାମ୍ ଲାଗି ରହିଥିଲା।
ପୁଲିସ ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ଯମୁନା ଏକ୍ସପ୍ରେସ୍ୱେର ତାପପାଲ ଅଞ୍ଚଳର ୫୬ ନମ୍ବର ପଏଣ୍ଟରେ ଏହି ଘଟଣା ଘଟିଥିଲା। ଡବଲ ଡେକର ବସ୍ଟି ଦିଲ୍ଲୀରୁ ଆଜମଗଡ଼ ଅଭିମୁଖେ ଯାଉଥିଲା। ଟ୍ରକ୍ଟି ମଧ୍ୟ ଦିଲ୍ଲୀରୁ ଆଗ୍ରା ଯାଉଥିଲା। ଏହି ସମୟରେ ବସ୍ଟି ଟ୍ରକ୍ ସହ ଧକ୍କା ଖାଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ର କଣ୍ଡକ୍ଟର ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ପରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ହୋଇଥିଲା। ରାଜପଥରେ ପାଟ୍ରୋଲିଂ କରୁଥିବା ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା।
ଇନ୍ସପେକ୍ଟର ତପପାଲ ଶିଶୁପାଲ ଶର୍ମା କହିଛନ୍ତି ଯେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କୁ ଚିହ୍ନଟ କରାଯାଉଛି। ଆହତମାନଙ୍କୁ ଜେୱାରର କୈଳାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ଅଲିଗଡ଼ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସେଠାରେ ଲମ୍ବା ଜାମ୍ ମଧ୍ୟ ହୋଇଥିଲା। ଯାନବାହନ ହଟାଇ ଯାତାୟତକୁ ସୁଗମ କରାଯାଉଛି। ରାତି ହୋଇଯିବାରୁ ବସ୍ରେ ଥିବା ସମସ୍ତ ଯାତ୍ରୀ ଶୋଇଥିଲେ। ହଠାତ୍ ଦୁର୍ଘଟଣା ପରେ ଚିତ୍କାର ହୋଇଥିଲା। ଫଳରେ ବସ୍ରେ ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କୁ ଉଦ୍ଧାର କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଆହତ ଶିଶୁ, ମହିଳାମାନେ ରାସ୍ତାଉପରେ ପଡ଼ିରହିଥିଲେ, ଯାହାକୁ ଦେଖି ଲୋକଙ୍କ ହୃଦୟ ଥରି ଯାଇଥିଲା। ମୃତକଙ୍କ ମୃତଦେହ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ପୁଲିସ ମୃତକଙ୍କୁ ଚିହ୍ନଟ କରିବାରେ ଲାଗିପଡ଼ିଥିଲା। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ପୁଲିସ ସୂଚନା ଅନୁଯାୟୀ, ଓଭରଟେକିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ଅନିୟନ୍ତ୍ରିତ ଭାବେ ବସ୍ ସହ ଧକ୍କା ଖାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ: ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା