ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଏନସିଆରର ବାୟୁର ଗତ କିଛି ଦିନ ଧରି 'ବିଷାକ୍ତ' ରହିଛି। ସେହିପରି ଏକ୍ୟୁଆଇ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଚାଲିଛି। ତେବେ ଦୁଇ ଦିନ ହେଲା ଏକ୍ୟୁଆଇ ସାମାନ୍ୟ ହ୍ରାସ ପାଇଛି। ଆଜି ଦିଲ୍ଲୀର ଅନେକ ଅଞ୍ଚଳର ଏକ୍ୟୁଆଇ ୪୦୦ ତଳେ ରହିଛି।
ସୂଚନାଯୋଗ୍ୟ, ଆଜି ପୁଣି ରାଜଧାନୀ ଓ ଏନସିଆରରେ କୁହୁଡ଼ିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଯାନବାହନ ସମସ୍ୟା ହ୍ରାସ ପାଇଥିଲା। ସେପଟେ ଯଦି ଆମେ ଥଣ୍ଡା କଥା କହିବା ତେବେ ଏବେ ଦିଲ୍ଲୀ ସମେତ ଆଖପାଖ ଅଂଚଳରେ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ସକାଳୁ ପ୍ରବଳ ଥଣ୍ଡା ଅନୁଭବ ହୋଇଥାଏ।
ଆସନ୍ତୁ ଜାଣିବା ଏକ୍ୟୁଆଇ ସ୍ଥିତି
ନୂଆଦିଲ୍ଲୀ - ୩୧୩
ଆଇଟିଆଇ ଶାରଦା ଦିଲ୍ଲୀ- ୩୬୩
ଲୋନି ନୂଆଦିଲ୍ଲୀ - ୩୬୩
ଦ୍ୱାରକା ନୂଆଦିଲ୍ଲୀ - ୩୬୨
ଜାହାଙ୍ଗୀରପୁରୀ ଦିଲ୍ଲୀ - ୩୩୭
ନରେଲା ନୂଆଦିଲ୍ଲୀ - ୩୬୨
ସୋନିଆ ବିହାର ଦିଲ୍ଲୀ - ୩୫୦
ଅଲିପୁର ଦିଲ୍ଲୀ - ୩୫୯
ନୋଏଡା ସେକ୍ଟର-୧ - ୪୧୩
ଗାଜିଆବାଦ - ୩୯୩
ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ପବନ ଯୋଗୁଁ ଦିଲ୍ଲୀ ସମେତ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ କୁହୁଡ଼ିର ଘନତା ବୃଦ୍ଧି ପାଇଛି। ଦିନର ତାପମାତ୍ରା କମିବାରେ ଲାଗିଛି। ସାମାନ୍ୟ ଶୀତ ଆରମ୍ଭ ହୋଇଛି। ଆସନ୍ତା ନଭେମ୍ବର ୨୩ତାରିଖରୁ ଜମ୍ମୁ-କଶ୍ମୀରର ପର୍ବତରେ ଏକ ନୂଆ ପଶ୍ଚିମ ବିକ୍ଷୋଭ ଆରମ୍ଭ ହେବାକୁ ଯାଉଛି। ଫଳରେ ବର୍ଷା ଓ ତୁଷାରପାତ ଆରମ୍ଭ ହୋଇପାରେ। ନଭେମ୍ବର ୨୬ରୁ ୨୭ ତାରିଖ ପର୍ଯ୍ୟନ୍ତ ଉତ୍ତରାଞ୍ଚଳରେ ବରଫ ପବନ ବହିବା ଆରମ୍ଭ କରିବ। ଦିଲ୍ଲୀରୁ ଭୋପାଳ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବ।
ଅଧିକ ପଢ଼ନ୍ତୁ: କିମ୍ ଜଙ୍ଗ୍ ଉନ୍ଙ୍କ ଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ସରକାର