ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପକ୍ଷରୁ ବୁଧବାର ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କରିଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ୨୦୨୫ ଫେବୃଆରୀ ୧୫ରୁ ଆରମ୍ଭ ହେବ। ସିବିଏସ୍ଇ ଏହାର ଆଧିକାରୀକ ୱେବସାଇଟ୍ cbse.gov.in'ରେ ପରୀକ୍ଷା ସୂଚୀ ପ୍ରକାଶ କରିଛି।
ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ ଏବଂ ଦ୍ୱାଦଶ ବୋର୍ଡ ସେହି ଫେବୃଆରୀ ୧୫ରୁ ପରୀକ୍ଷା ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସକାଳ ସାଢ଼େ ୧୦ ଟାରୁ ଆରମ୍ଭ ହେବ। ତେବେ ପ୍ରଥମ ଥର ସିବଏସଇ ତରଫରୁ ପରୀକ୍ଷା ତାରିଖ ପରୀକ୍ଷା ଆରମ୍ଭ ହେବାର ୮୬ ଦିନ ପୂର୍ବରୁ ଘୋଷଣା କରିଛି।
ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରପ୍ରେନ୍ୟୋରଶିପ ପରୀକ୍ଷା ଫେବୃଆରୀ ୧୫ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଫେବୃଆରୀ ୧୭ରୁ ବିଷୟ-ନିର୍ଦ୍ଦିଷ୍ଟ ପରୀକ୍ଷା ଆରମ୍ଭ ହେବ।