ବେରୁତ: ଅସ୍ତ୍ରବିରତି ପାଇଁ ଉଦ୍ୟମ ଚାଲିଥିବା ବେଳେ ଇସ୍ରାଏଲ ଲେବାନନର ହିଜବୁଲ୍ଲା ବିରୋଧରେ ସାମରିକ ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଶନିବାର ଲେବାନନ ଉପରେ ଇସ୍ରାଏଲର ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏୟାର ଷ୍ଟ୍ରାଇକ୍ରେ କେନ୍ଦ୍ରୀୟ ବେରୁତରେ ୧୫ ଜଣ ଏବଂ ରାଜଧାନୀର ଉତ୍ତର-ପୂର୍ବରେ ହୋଇଥିବା ଆକ୍ରମଣରେ ୧୩ ଜଣ ପ୍ରାଣ ହରାଇଛନ୍ତି।
ଚଳିତ ସପ୍ତାହରେ ଚତୁର୍ଥ ଥର ପାଇଁ ଲେବାନନର ରାଜଧାନୀ ଉପରେ ଆକ୍ରମଣ ହୋଇଛି। ଲେବନାନର ସୁରକ୍ଷା ଅଧିକାରୀଙ୍କ କହିବା ନୁଯାୟୀ, ସେଣ୍ଟ୍ରାଲ ବେରୁତର ଏକ ୮ ମହଲା କୋଠାକୁ ଟାର୍ଗେଟ କରାଯାଇଥିଲା। ଏହା ଉପରକୁ ୪ ମିଲିଗ୍ରାମ ଗୁଳି ଚାଳନା କରାଯାଇଥିଲା। ଏହି ଆକ୍ରମଣରେ ସୁଡ଼ଙ୍ଗ ନଷ୍ଟ କରିଥିବା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଆକ୍ରମଣ ହୋଇଥିବା ସ୍ଥାନରେ ଗଭୀର ଗାତ ରହିଛି।
ଇସ୍ରାଏଲ ବାୟୁସେନା ମଧ୍ୟ ବେରୁତର ଦକ୍ଷିଣ ଉପକଣ୍ଠରେ ଥିବା ଅନେକ ହିଜବୁଲ୍ଲା ଟାର୍ଗେଟକୁ ଟାର୍ଗେଟ କରିଛି। ନିକଟରେ ଆମେରିକୀୟ ରାଷ୍ଟ୍ରଦୂତ ଆମୋସ୍ ହୋଚ୍ଷ୍ଟାଇନ୍ ଲେବାନନ୍ ଓ ଇସ୍ରାଏଲ୍ ଗସ୍ତ କରିଥିଲେ। ୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ହାମାସ ଇସ୍ରାଏଲରେ ବଡ଼ ଧରଣର ଆକ୍ରମଣ କରିଥିଲା।
ସେବେଠାରୁ ଇସ୍ରାଏଲ ହାମାସକୁ ନିପାତ କରିବା ପାଇଁ ଗାଜାରେ ସାମରିକ ଅଭିଯାନ ଆରମ୍ଭ କରିଛି। ହାମାସକୁ ସମର୍ଥନ କରି ଲେବନାନ ପକ୍ଷରୁ ଆକ୍ରମଣ କରିଥିବା ହିଜବୁଲ୍ଲାଙ୍କ ବିରୋଧରେ ମଧ୍ୟ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗାଜାରେ ଇସ୍ରାଏଲ ର କାର୍ଯ୍ୟାନୁଷ୍ଠାନରେ ଏପର୍ଯ୍ୟନ୍ତ ୪୪,୧୭୬ ପାଲେଷ୍ଟାଇନ ନିହତ ହୋଇଛନ୍ତି ।
ହାମାସ ସଶସ୍ତ୍ର ଶାଖାର ମୁଖପାତ୍ର ଅବୁ ଉବାଇଦା କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣରେ ହାମାସ ଦ୍ୱାରା ବନ୍ଧକ ଥିବା ଜଣେ ଇସ୍ରାଏଲ ମହିଳା ଙ୍କ ମୃତ୍ୟୁ ଘଟିଥିବା ବେଳେ ପାଲେଷ୍ଟାଇନର ଡାକ୍ତରମାନେ ଶନିବାର କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ ଗାଜା ଉପତ୍ୟକାରେ ଇସ୍ରାଏଲର ସାମରିକ ଆକ୍ରମଣରେ ୧୨୦ ଜଣ ପାଲେଷ୍ଟାଇନୀ ନିହତ ହୋଇଛନ୍ତି। ଇସ୍ରାଏଲ ମଧ୍ୟ ଏକ ହସ୍ପିଟାଲ ଉପରେ ଆକ୍ରମଣ କରିଛି, ଯେଉଁଥିରେ ଡାକ୍ତରୀ କର୍ମଚାରୀ ଆହତ ହୋଇଛନ୍ତି ଏବଂ ଉପକରଣ ନଷ୍ଟ ହୋଇଛି। ଇସ୍ରାଏଲ ସେନା କହିଛି ଯେ ଏହାର ଲକ୍ଷ୍ୟ ହେଉଛି ଏହି ଅଞ୍ଚଳରେ ହାମାସ ଲଢୁଆମାନଙ୍କୁ ଆକ୍ରମଣ ଏବଂ ପୁନଃସଂଗଠିତ ହେବାରୁ ରୋକିବା।
ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀ ‘ଓଡ଼ିଶା ପର୍ବ-୨୦୨୪’ ରେ ଯୋଗଦେବେ ଆଜି