ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୪ ତାରିଖରେ ଜଗତ ଜନନୀ ମାଆ ଦୁର୍ଗାଙ୍କର ଭସାଣୀ ଉସ୍ବବ ଅନୁଷ୍ଠିତ ହେବ । ଏହି ସମୟରେ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଯାନବାହାନ ଚଳାଚଳ ଏବଂ ଜନସାଧାରଣ ସୁବିଧା ନିମନ୍ତେ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଏହା ସହିତ ଭସାଣୀ ସମୟରେ କେଉଁ ରାସ୍ତାରେ ଯିବେ ସେ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯଦି କୌଣସି ଗାଡ଼ି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ୫୦୦ କିମ୍ବା ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । କେବଳ ଜରୁରୀ କାଳୀନ ଗାଡ଼ି ଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି ।
ସହିଦ ନଗର ଭସାଣୀ ସମୟରେ ଗାଡ଼ି ଗୁଡ଼ିକ ରୂପାଲି ଛକ ଆଡକୁ ନ ଯାଇ ସିଧା ସଳଖ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ ।
ଜନପଥ ରାସ୍ତାରେ କୌଣସି ଯାନବାହାନ ଚଳାଚଳ କରିପାରିବେ ନାହିଁ, ସେବି ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ କିମ୍ବା ଏହାକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଇ ପାରିବେ ନାହିଁ ।
ରାଜଧାନୀ ମନ୍ଦିର ସୁରକ୍ଷା ଭସାଣୀ ସମିତି, ନୟାପଲ୍ଲୀରେ ଭସାଣୀ ଯାତ୍ରା ଚାଲୁଥିବା ସମୟରେ ସିଆରପିରୁ କଟକ ଯିବାକୁ ଚାହୁଁଥିବା ଗାଡ଼ି ଗୁଡ଼ିକ ଏକାମ୍ର ପାର୍କ, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଦେଇ ପାରିବେ । ଏହି ଭସାଣୀ ଯାତ୍ରା ସମୟରେ । ଷ୍ଟୁଆର୍ଟ ସ୍କଲ ରାସ୍ତା, ୟୁନିଟ-8 ରାସ୍ତା, ଓୟୁଟିୁ ରାସ୍ତା ଏବଂ ନିୟୁ ଏୟାରପୋର୍ଟ ରାସ୍ତା ଦେଇ ଆସୁଥିବା ଯାନବାହାନ ଗୁଡ଼ିକୁ ଆବଶ୍ୟକ ଅନୁଯାଇ ଡାଇଭର୍ସନ କରାଯିବ ।
ଉତ୍ତର ଭୁବନେଶ୍ୱର ଭସାଣୀ କମିଟି, ଚନ୍ଦ୍ର ଶେଖରପୁରରେ ଭସାଣୀ ଚାଲୁଥିବାବେଳେ କିଟ୍ ଛକ ପଟୁ ନାଲକୋ ଛକ ଆଡ଼କୁ କୌଣସି ଯାନବାହାନ ଯିବାକୁ ଦିଆଯିବ ନାହିଁ । ସେହି ଗାଡ଼ିଗୁଡ଼ିକ ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଆଡ଼କୁ ଯାଇପାରିବେ ନାହିଁ ।
ଖୋର୍ଦ୍ଧା ପଟୁ ଆସୁଥିବା ଭାରୀ ଯାନବାହାନ ଗୁଡ଼ିକ ଫାୟାର ଷ୍ଟେସନ ଛକଠାରୁ ଫ୍ଲାଏ ଓଭାର ବ୍ରିଜ୍ ଦେଇ ଯାଇପାରିବେ । ସେମାନଙ୍କୁ ସର୍ଭିସ ରୋଡରେ ଯିବାକୁ ଦିଆଯିବ ନାହିଁ ।